ସମୟ ବଢ଼ାଇଲା ତାମିଲନାଡୁ, ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ଜନତା କର୍ଫ୍ୟୁ

ତାମିଲନାଡୁ: କରୋନାଭାଇସର୍ ସହ ଏବେ ସାରା ବିଶ୍ୱ ଲଢେଇ କରୁଛି| ଲୋକଙ୍କୁ ସତର୍କ ରହିବା ପାଇଁ କହିବା ସହ ଭାଇରସର ମୁକାବିଲା ପାଇଁ ସରକାର ଏବେ ଚେଷ୍ଟା ଜାରି ରଖିଛନ୍ତି | କରୋନାଭାଇସର୍ ସଂକ୍ରମଣକୁ ରୋକିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁର ଘୋଷଣା କରିଥିବା ବେଳେ ସାରା ଦେଶ ମୋଦିଙ୍କ ଆହ୍ବାନକୁ ପାଳନ କରିଥିବା ଦେଖା ଯାଇଛି | ରାସ୍ତାଘାଟ ଶୂନଶାନ ରହିବା ସହ ଲୋକେ ଘରେ ରହି ଜନତା କର୍ଫ୍ୟୁକୁ ପାଳନ କରୁଥିବା ଦେଖାଯାଇଛି |

ତେବେ ସାରା ଦେଶରେ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଏହାକୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛି ତାମିଲନାଡୁ | ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏହାକୁ ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି | ଯାହାଦ୍ୱାରା ସଂକ୍ରମଣ ସଂଖ୍ୟା କମ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର |

Image result for Janata Curfew
The Financial Express

ସୂଚନା ମୁତାବକ, ଭାରତରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି  ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ନିଷ୍ପତି ନେଇଥିଲେ | ଯାହାକୁ ଆଜି ସାରା ଦେଶ ପାଳନ କରିଛି | ଏହି ପ୍ରସାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ | ପ୍ରଧାନମନ୍ତ୍ରୀ ଶନିବାର ଏକ ଟେଲିଭିଜନ ସମ୍ବୋଧନରେ କହିଥିଲେ, “ଏହି ଜନତା କର୍ଫ୍ୟୁ ଅଧୀନରେ କେହି ନିଜ ଘରୁ ବାହାରକୁ କିମ୍ବା ନିଜ ପଡ଼ୋଶୀରେ ଏକାଠି ହେବା ଉଚିତ୍ ନୁହେଁ। କେବଳ ଜରୁରୀ ସେବା ସହିତ ଜଡ଼ିତ ଲୋକମାନେ ବାହାରକୁ ଯିବା ଉଚିତ୍ |”

ସମ୍ବନ୍ଧିତ ଖବର