ଆଠ ଘଣ୍ଟା ପରେ ଉଦ୍ଧାର ହେଲେ ଡଙ୍ଗାରୁ ସମୁଦ୍ରକୁ ଖସିପଡ଼ିଥିବା ମତ୍ସ୍ୟଜୀବୀ

ମଦୁରାଇ: ଡଙ୍ଗାରୁ ଖସିପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ତୁତିକୋରିନ ଜିଲ୍ଲା ଅନ୍ତର୍ଗତ ତାରୁବୈକୁଲମ୍‌ର ଜଣେ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟ ରକ୍ଷୀ ଉଦ୍ଧାର ବୁଧବାର ସକାଳେ କରିଛନ୍ତି। ପୁଲିସ କହିଛି: ଜାହାଜ ତାଙ୍କୁ ଉଦ୍ଧାର କରିବା ବେଳେ ସେ ବଡ଼ ଶଙ୍କିତ ଅବସ୍ଥାରେ ଥିଲେ। ତାଙ୍କ ସଙ୍କ୍ରାନ୍ତ ସମସ୍ତ ତଥ୍ୟାବଳୀ ଠିକ୍‌ଠାକ୍‌ ଥିଲା ଏବଂ ସନ୍ଧ୍ୟା ସୁଦ୍ଧା ଜାହାଜ କୂଳରେ ଲାଗିବା ପରେ ସେ ତାଙ୍କ ପରିବାର ଲୋକଙ୍କ ସହ ମିଳିତ ହୋଇଥିଲେ।

ଦେବରଞ୍ଜନ ନାମକ ସେ ୪୦ ବର୍ଷିୟ ମତ୍ସ୍ୟଜୀବୀ ଅନ୍ୟ କେତେକ ସ୍ଥାନୀୟ ଲୋକଙ୍କ ସହ ଏକ ଡଙ୍ଗାରେ ମାଛମାରି ଯାଇଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ସେ ହଠାତ୍‌ ଡଙ୍ଗାରୁ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲେ। ଡଙ୍ଗାରେ ଥିବା ବାକି ଲୋକେ ତାଙ୍କୁ ଠାବ କରି ନ ପାରି ଓ୍ଵାୟାର୍‌ଲେସ୍‌ ଯୋଗେ ଭାରତୀୟ ତଟରକ୍ଷୀ ବାହିନୀକୁ ସୂଚନା ଦେଇଥିଲେ। ରାତି ପ୍ରାୟ ୩: ୩୦ ସମୟରେ ତଟରକ୍ଷୀ ବାହିନୀର ଜାହାଜ ବୈଭବ ଘଟନାସ୍ଥଳକୁ ଯାଇଥିଲେ। ତଲାସ ଚାଲିଥିବା ବେଳେ ସକାଳ ୭: ୩୦ ମିନିଟ୍‌ରେ ତାଙ୍କୁ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ପହଁରୁଥିବାର ଦେଖାଯାଇଥିଲା। ପହଁରା ଜାଣିଥିବାରୁ ସେ ବଞ୍ଚି ରହିଥିଲେ।

ଜାହାଜରୁ ଉଦ୍ଧାରକାରୀ ଡଙ୍ଗା ଓହ୍ଲାଯାଇ ତାଙ୍କୁ ପାଣିରୁ ଅଣାଯିବା ପରେ ଡାକ୍ତରୀ ଚିକିତ୍ସା କରାଯାଇଥିଲା।

ସମ୍ବନ୍ଧିତ ଖବର