ଜଙ୍ଗଲ ନିଆଁରେ ଫସିଲେ ୨୭ ଛାତ୍ର, ବାୟୁସେନାର ଉଦ୍ଧାର ଅଭିଯାନ ଜାରି

ଚେନ୍ନାଇ: ତାମିଲନାଡୁର ଥେନିସ୍ଥିତ କୁରନକାନି ଜଙ୍ଗଲରେ ଭୟାଭହ ନିଆଁ ଲାଗିଥିବା ବେଳେ ଜଙ୍ଗଲ ମଧ୍ୟରେ ୨୭ରୁ ଉର୍ଦ୍ଧ୍ୱ କଲେଜ ଛାତ୍ରଛାତ୍ରୀ ଫସି ଯାଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଏହି ନିଆଁରେ ଜଣେ ଛାତ୍ରର ମୃତ୍ୟୁ ହୋଇସାରିଛି। ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀଙ୍କ ଅନୁରୋଧ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବାୟୁସେନାକୁ ଛାତ୍ର ଛାତ୍ରୀଙ୍କ ଉଦ୍ଧାର ପାଇଁ ପଠାଇଥିବା ଜଣାପଡ଼ିଛି। ଉପ ମୁକ୍ୟମନ୍ତ୍ରୀ ଓ.ପନ୍ନିରସେଲଭମ୍‌ ଘଯଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅଦୁଧ୍ୟାନ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ବାୟୁସେନାର ୪ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଥିବା ବେଳେ ଖବର ଲେଖାହେବା ସୁଦ୍ଧା ୮ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଛାତ୍ରମାନେ ଜଙ୍ଗଲକୁ ଯାଇଥିଲେ ଓ କିଭଳି ଭାବେ ଜଙ୍ଗଲରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର