ତାମିଲନାଡୁ ସରକାରଙ୍କ ନିଷ୍ପତ୍ତି: ମୁକ୍ତି ପାଇବେ ରାଜୀବ ଗାନ୍ଧିଙ୍କ ୭ ହତ୍ୟାକାରୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଜେଲରୁ ମୁକ୍ତି ଦେବା ପାଇଁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ରାଜ୍ୟ କ୍ୟାବିନେଟରେ ରବିବାର ନିଷ୍ପତ୍ତି ହେବା ପରେ ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀ ଜୀବନ କାଟୁଥିବା ୭ ଜଣ ଅପରାଧୀଙ୍କୁ ମୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି।

ରାଜୀବ ଗାନ୍ଧି ହତ୍ୟାକାଣ୍ଡ ସଂପର୍କୀତ ଆଜି ମୁଖ୍ୟମନ୍ତ୍ରୀ ଇପାଡି କେ. ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ତାମିଲନାଡୁ କ୍ୟାବିନେଟର ବୈଠକ ବସିଥିଲା। ବୈଠକରେ ଦୀର୍ଘ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। ବୈଠକ ପରେ ମତ୍ସପାଳନ ମନ୍ତ୍ରୀ ଡି ଜୟକୁମାର ଘୋଷଣା କରିଛନ୍ତି, ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତି ଦେବା ପାଇଁ ରାଜ୍ୟପାଳଙ୍କୁ ପ୍ରସ୍ତାବ ପଠାଇବେ।

ସୂଚନାଯୋଗ୍ୟ ଯେ, ରାଜୀବ ଗାନ୍ଧି ହତ୍ୟାକାଣ୍ଡ ଘଟଣାରେ ନଳିନୀ ଶ୍ରୀହରନ, ମୁରୁଗାନ ଓରଫ ଶ୍ରୀହରନ, ପେରାରିଭାଲନ ଓରଫ ଆରିଭୁ, ରୋବର୍ଟ ପାୟସ, ରବିଚନ୍ଦ୍ରନ, ସନ୍ଥନ ଓ ଜୟକୁମାର ବିଗତ ୨୭ ବର୍ଷ ହେବ ଜେଲରେ ଦିନ କାଟୁଛନ୍ତି।

ସମ୍ବନ୍ଧିତ ଖବର