ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା: ପରୀକ୍ଷା ନଦେଇ ପାସ କରିବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଚେନ୍ନାଇ: କରୋନା ମହାମାରୀ ସମୟରେ ‌ସଂକ୍ରମଣ ସଂଖ୍ୟା କମ କରିବାକୁ ସରକାର ଲକଡାଉନ କରିବା ସହ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଥିଲେ। ଅନଲାଇନ‌ରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ। ଠିକ ଭାବରେ ପାଠ ପଢ଼ା ହୋଇନଥିବାରୁ ଏହା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ବର୍ଷସାରା ଛାତ୍ରଛାତ୍ରୀମାନେ ରାଷ୍ଟ୍ରାୟତ୍ତ କଲଭି ଥୋଲାଇକଚି (ଶିକ୍ଷା ଟିଭି ଚ୍ୟାନେଲ) ମାଧ୍ୟମରେ ପାଠ ପଢ଼ିଥିଲେ। ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ସିଲାବସ୍ ହ୍ରାସ କରାଯାଇଥିଲା। କିନ୍ତୁ ସବୁ ପରେ ବି ଯେଉଁଭଳି ଭାବରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଯିବା କଥା, ତାହା ହୋଇପାରିନଥିଲା। ଏ ନେଇ ବିଶେଷଜ୍ଞଙ୍କ ମତାମତ ଏବଂ ଛାତ୍ରଛାତ୍ରୀମାନଙ୍କ ମାତା-ପିତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Tamil Nadu SSLC, class 11 students to be promoted, exams later for +2 students: Chief Minister | Education News,The Indian Express
The Indian Express

ଅନ୍ୟପଟେ ରାଜ୍ୟରେ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବ ବୋଲି କୁହାଯାଇଛି । ପରୀକ୍ଷା ପାଇଁ ସରକାରୀ ପରୀକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ସାରଣୀ ଘୋଷଣା କରାଯାଇଛି । ମେ’ ମାସ ୩ ତାରିଖରୁ ୨୧ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ହେବ।

ସମ୍ବନ୍ଧିତ ଖବର