୧୦ଟଙ୍କାରେ ବିରିୟାନି ବିକ୍ରି କରିବାରୁ ହୋଟେଲ ମାଲିକଙ୍କୁ ଗିରଫ କଲା ପୁଲିସ

ବିରୁଧୁନଗର: କମ୍ ଦାମରେ ବିରିୟାନି ବିକିବା ଜଣେ ହୋଟେଲ ମାଲିକଙ୍କୁ ମହଙ୍ଗା ପଡ଼ିଛି। ହୋଟେଲ ଖୋଲିବାର ପ୍ରଥମ ଦିନ ନିଜର ପ୍ରଚାର ପାଇଁ ୧୦ଟଙ୍କାରେ ବିରିୟାନି ବିକିଥିଲେ ହୋଟେଲ ମାଲିକ। ୧୦ଟଙ୍କାରେ ବିରିୟାନି ମିଳୁଥିବା ଜାଣି ଲୋକଙ୍କର ଖୁବ୍ ଭିଡ଼ ଜମିଥିଲା। କରୋନା କଟକଣାକୁ ନମାନି ଲୋକେ ବିରିୟାନି ଖାଇବାରେ ଲାଗି ପଡ଼ିଥିଲେ। ଏ ନେଇ ସ୍ଥାନୀୟ ପୁଲିସକୁ ସୂଚନା ମିଳିବା ପରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଥିଲା। ରବିବାର ଦିନ ଅରୁପୁକୋଟ୍ଟାଇରେ ଏହି ଘଟଣା ଘଟିଥିଲା।

ସୂଚନା ମୁତାବକ, ନିଜ ହୋଟେଲକୁ ଅଧିକରୁ ଅଧିକ ଲୋକ ଡାକିବା ପାଇଁ ହୋଟେଲ ମାଲିକ ଜାହିର ହୁସେନ ୧୦ଟଙ୍କାରେ ବିରିୟାନି ମିଳିବ ବୋଲି ଲେଖି ପୋଷ୍ଟର ଲଗାଇଥିଲେ। ଏହା ସହ ଏହି ଅଫର ଦୁଇ ଘଣ୍ଟା(ଦିନ ୧୧ଟାରୁ ୧ଟା)ପର୍ଯ୍ୟନ୍ତ ବୈଧ ବୋଲି ପୋଷ୍ଟରରେ ଲେଖିଥିଲେ ଜାହିର। କିନ୍ତୁ ତାଙ୍କର ଏହି ଲେଖା ତାଙ୍କୁ ଜେଲରେ ପହଞ୍ଚାଇବ ବୋଲି ତାଙ୍କୁ ଜଣା ନଥିଲା।  ୧୦ଟଙ୍କାର ବିରିୟାନି ଖାଇବା ପାଇଁ ଜାହିରଙ୍କ ହୋଟେଲ ଆଗରେ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। କରୋନା କଟକଣା ଭୁଲି ଲୋକେ ଖାଇବା ଆରମ୍ଭ କରିଥିଲେ। ୨୫୦୦ପ୍ୟାକେଟ ବିରିୟାନି ତିଆରି କରାଯାଇଥିବା ବେଳେ ପୁଲିସ ପହଞ୍ଚିବା ବେଳକୁ ସେଥି ମଧ୍ୟରୁ ୫୦୦ପ୍ୟାକେଟ ବିକ୍ରି ହୋଇସାରିଥିଲା।

Coronavirus patients order biryani and tandoori chicken| Salem: Coronavirus patients, craving for non-veg food, order biryani from Salem Government Mohan Kumaramangalam Medical College and Hospital in Tamil Nadu | Trending & Viral
Times Now

ଖାଇବାକୁ ଆସିଥିବା ଲୋକେ ମାସ୍କ ପିନ୍ଧିନଥିବା ସହ ସାମାଜିକ ଦୂରତା ଅବଲମ୍ବନ କରିନଥିବାରୁ ତୁରନ୍ତ ସେଠାରୁ ଲୋକଙ୍କୁ ଯିବା ପାଇଁ କୁହାଯାଇଥିଲା। ପରେ ବଳକା ବିରିୟାନିକୁ ପୁଲିସ ଗରିବ ଓ ଦିବ୍ୟାଙ୍ଗଙ୍କ ମଧ୍ୟରେ ବାଣ୍ଟିଥିବା ଜଣା ପଡ଼ିଛି। ତେବେ ଜାହିରଙ୍କୁ  ପୁଲିସ ଗିରଫ କରିବା ପରେ ତାଙ୍କୁ ଜାମିନ ମିଳିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର