୬୨ତମ ଜନ୍ମଦିନରେ ଶେଷ ନିଃଶ୍ବାସ ତ୍ୟାଗ କଲେ କୋଭିଡ୍-୧୯ ଆକ୍ରାନ୍ତ ଡିଏମ୍‌କେ ବିଧାୟକ ଜେ ଅମ୍ବାଜଗନ

ଚେନ୍ନାଇ: କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ଡିଏମ୍‌କେ ବିଧାୟକ ଜେ ଅମ୍ବାଜଗନ ବୁଧବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଦୁଃଖର ବିଷୟ ଆଜି ମଧ୍ୟ ତାଙ୍କର ୬୨ତମ ଜନ୍ମଦିନ। ଅମ୍ବାଜଗନଙ୍କର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଥିଲା।

ଜୁନ୍ ୨ ତାରିଖ ଦିନ ୬୧ ବର୍ଷିୟ ହୋଇଥିବା ଡିଏମ୍‌କେ ବିଧାୟକ ଜେ ଅମ୍ବାଜଗନଙ୍କୁ ଚେନ୍ନାଇସ୍ଥିତ ରେଲା ଇନ୍‌ଷ୍ଟିଚ୍ୟୁଟ୍‌ରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି ହେବା ଦିନ ଡାକ୍ତରଖାନା ତରଫରୁ କୁହାଯାଇଥିଲା ଯେ, ଅମ୍ବାଜଗନଙ୍କର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ବାହାରିଛି। ତାଙ୍କର ଶ୍ବାସପ୍ରଶ୍ବାସ ପ୍ରକ୍ରିୟା ଜଟିଳ ହୋଇପଡ଼ିଛି।

ଜୁନ୍ ୩ ତାରିଖ ଦିନ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟର୍‌ରେ ୯୦% ଅମ୍ଳଜାନରେ ରଖାଯାଇଥିଲା। ଧୀରେ ଧୀରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ପରେ ତାଙ୍କୁ ୪୦% ଅମ୍ଳଜାନ ଯୋଗାଇ ଦିଆଯାଉଥିଲା।

Image Courtesy of News18

ଜୁନ୍ ୭ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଲା। ଅମ୍ଳଜାନ ଆବଶ୍ୟକତା ବଢ଼ିଲା ଏବଂ ତାଙ୍କର ହୃତ୍‌ପିଣ୍ଡର କାର୍ଯ୍ୟ କ୍ଷମତାରେ ଅବନତି ଘଟିଲା। ଅମ୍ବାଜଗନଙ୍କ ପୁରୁଣା ବୃକ୍କ୍‌ ବେମାରୀ ମଧ୍ୟ ଶୋଚନୀୟ ହୋଇପଡ଼ିଲ ବୋଲି ଡାକ୍ତରଖାନା କହିଛି।

ସହରର ଚେପାଉକ୍-ତ୍ରିପ୍ଲିକେନ୍ ଆସନରୁ ସେ ବିଧାୟକ ହୋଇଥିଲେ। ପ୍ରଥମେ ୨୦୦୧ରେ ବିଧାୟକ ହୋଇଥିବା ଅମ୍ବାଜଗନ ଚେପାଉକ୍-ତ୍ରିପ୍ଲିକେନ୍ ଆସନରୁ ତିନି ଥର ବିଜୟ ଲାଭ କରିଥିଲେ।

ସମ୍ବନ୍ଧିତ ଖବର