ଚେନ୍ନାଇ: ଦେଢ଼ ମାସ ହେବ ଭେଲୋର୍ର ଏକ ସରକାରୀ ଡାକ୍ତରଖାନାର ଶବାଗାରରେ ପଡ଼ିରହିଥିବା ଦାବିଦାର ନ ଥିବା ୫ଟି ଶବ ଗତ ବୁଧବାର ଦିନ ସତ୍କାର କରିଛନ୍ତି ଜଣେ ୩୩ ବର୍ଷିୟ ସାମାଜିକକର୍ମୀ ପି. ମଣିମରଣ ଏବଂ ତାଙ୍କ ଟିମ୍।
ମଣିମରଣଙ୍କ ଲାଗି ଏଇଟା ନୂଆ କଥା ନୁହେଁ। ୨୦୦୨ ମସିହାରୁ ଏଯାବତ୍ ୧୦୦୮ଟି ଶବ ସତ୍କାର କଲେଣି।
ଦାବିଦାର ନ ଥିବା ଶବ ସତ୍କାର କରିବାକୁ ମଣିମରଣ ପୁଲିସ ଠାରୁ ଅନୁମତି ଆଣିବା ପରେ ପୁଲିସ ଉପସ୍ଥିତିରେ ପଲାର ନଦୀକୂଳରେ ଅନ୍ତିମ ସଂସ୍କାର କରିଥିଲେ।
Image Source: India Todayସ୍କୁଲ୍ରୁ ତଡ଼ାଖାଇ ଥିବା ଚାଷୀ ପରିବାରର ସନ୍ତାନ ମଣିମରଣଙ୍କ ଗର ତିରୁବନ୍ନମାଲାଇରେ। ନିଜର ଏଜିଓ ‘ଓ୍ଵାର୍ଲଡ୍ ପିପୁଲସ୍ ସର୍ଭିସ ସେଣ୍ଟର୍’ ଜରିଆରେ ସେ ସମଗ୍ର ତାମିଲନାଡୁ ଓ ବାରାଣସୀ ସମେତ ଉତ୍ତରର ଅନେକ ସ୍ଥାନରେ ଶବ ସତ୍କାର କରନ୍ତି। ତାଙ୍କ ସଙ୍ଗଠନରେ ଥିବା ୧୭ଟି ରାଜ୍ୟର ସ୍ୱେଚ୍ଛାସେବୀମାନେ ଏ ସଂକ୍ରାନ୍ତରେ ସୂଚନା ଦିଅନ୍ତି।
ଏଥିପାଇଁ ମଣିମରଣଙ୍କୁ ୨୦୧୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ‘ଷ୍ଟେଟ୍ ୟୋଥ୍ ଆଓ୍ଵାର୍ଡ’ ଦେଇଥିଲେ। ସେହି ବର୍ଷ ଡିସେମ୍ବର ମାସରେ ତାଙ୍କୁ କେନ୍ଦ୍ର ସରକାର ଶେଷ୍ଠ ସମାଜ ସେବା ପୁରସ୍କାର ମଧ୍ୟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/manimaran.jpg)