ବିବାଦରେ ତାମିଲନାଡ଼ୁ ମନ୍ତ୍ରୀ, ଧୀବରଙ୍କ କାନ୍ଧରେ ବସିବାର ଭିଡିଓ ଭାଇରାଲ୍‌

ଚେନ୍ନାଇ : ତାମିଲନାଡ଼ୁ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀ ଅନିଥା‌ ଆର୍‌ ରାଧାକ୍ରିଷ୍ଣନ୍‌ ଏବେ ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ମୃତ୍ତିକା କ୍ଷୟ ନେଇ ଆସିଥିବା ଅଭିଯୋଗର ତଦାରଖ ପାଇଁ ସେ ଥିରୁଭଲ୍ଲୁର ଜିଲ୍ଲାର ପଲବେରକାଡ଼ୁ ଅଞ୍ଚଳ ଗସ୍ତ କରିଥିଲେ। ତେବେ ତାଙ୍କ କାର୍ଯ୍ୟ ଶେଷ ପରେ ସେ ବୋଟ୍‌ ଯାତ୍ରା କରିବାକୁ ଚାହିଥିଲେ। ବୋଟ୍‌ ଯାତ୍ରା ଶେଷ ପରେ ମନ୍ତ୍ରୀ ଜଣଙ୍କ ବୋଟ୍‌ରୁ ଓହ୍ଲାଇଥିଲେ । କିନ୍ତୁ ପାଣିରୁ ମାଟିଯାଏଁ ପହଞ୍ଚିବାପାଇଁ ତାଙ୍କୁ ପାଦ ତ‌‌ଳେ ଲଗାଇବାକୁ ପଡ଼ିନଥିଲା। ଧୀବରମାନେ ତାଙ୍କୁ କାନ୍ଧରେ ବସାଇ ପାଣିରୁ ଶୁଖିଲାକୁ ନେଇ ଆସିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିଛନ୍ତି। ରାଧାକ୍ରିଷ୍ଣନ୍‌ଙ୍କ ଏହି ଭିଆଇପି ସଂସ୍କୃତିର କଡ଼ା ସମାଲୋଚନା କରିଛନ୍ତି। କିନ୍ତୁ ଡିଏମ୍‌କେ ମନ୍ତ୍ରୀ ଗଣମାଧ୍ୟମ‌ରେ ବିବୃତି ରଖି କହିଛନ୍ତି, ସେ ବୋଟ୍‌ରୁ ପାଣିରେ ପାଦ ରଖିବାକୁ ଚାହିନଥିଲେ। ସେ ସିଧା କୂଳକୁ ଆସିବାକୁ ଚାହିଥିଲେ। କିନ୍ତୁ ଧୀବରମାନେ ତାଙ୍କୁ ଖୁସିରେ ଟେକିନେବାକୁ କହିଥିଲେ। ତେବେ ଧୀବରଙ୍କ କାନ୍ଧରେ ଚଢ଼ିବା ତାଙ୍କର ଏକମାତ୍ର ଭୁଲ୍‌‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର