ତାମିଲନାଡୁ: ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କ‌ଲା ଏଆଇଏଡିଏମ୍‌କେ

ଚେନ୍ନାଇ: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତାମିଲ୍‌ନାଡୁର ଶାସକ ଦଳ ଏଆଇଏଡିଏମ୍‌କେ। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଇକେ ପଲାନୀସ୍ବାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲ୍‌ଭମଙ୍କ ସମେତ ସମୁଦାୟ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏଆଇଏଡିଏମ୍‌କେ।

ନିଜ ଘର ସେଲମ୍‌ ଜିଲ୍ଲାର ଏଡପ୍ପାଦୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ଓ ବୋନ୍ଦିନୟାଗନୁରୁରୁ ନିର୍ବାଚନ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ଓ. ପନୀରସେଲ୍‌ଭମ।

ସେହିପରି ରୋୟାପୁରମ୍‌ରୁ ଡି ଜୟ କୁମାର, ଭିଲୁୁପୁରମ୍‌ରୁ ସିଭି ସାନ୍‌ମୁଗାମ୍‌, ଶ୍ରୀଭାଇଗୁନ୍ଦମ୍‌ରୁ ସାନମୁଗନାଥନ୍ ଓ ନିଲାକୋ‌ଟାଇରୁ ଏସ୍ ‌ଥେନ୍ମୋଜି ନିର୍ବାଚନ ଲଢ଼ିବେ ବୋଲି ପ୍ରାର୍ଥୀ ତାଲିକାରେ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଆସନ୍ତା ଏପ୍ରିଲ ୬ ତାରିଖରେ ଏକକ ପର୍ଯ୍ୟାୟ ମତଦାନ ହେବ ଏବଂ ଭୋଟ୍ ଗଣନା ହେବ ମେ ୨ ତାରିଖରେ।

ସମ୍ବନ୍ଧିତ ଖବର