ଚେନ୍ନାଇ: ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତାମିଲନାଡୁ ସରକାର ଶୁକ୍ରବାର ଦିନ ପାଇଁ ତିନିଟି ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି। ଶୁକ୍ରବାର ଦିନ କାଞ୍ଚିପୁରମ୍, ଭେଲୋର୍ ଏବଂ ଚେଙ୍ଗାଲ୍ପେଟ୍ରେ ସ୍କୁଲ୍ ଓ କଲେଜ ବନ୍ଦ ରହିବ।
ରାଜ୍ୟର ଅଳ୍ପ କେତୋଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ପରେ ଛୁଟି ଘୋଷିତ ହୋଇଛି। ମାଡ୍ରାସ ବିଶ୍ୱବିଦ୍ୟାଳୟ ମଧ୍ୟ ଶୁକ୍ରବାର ଦିନ ହେବାକୁ ଥିବା ପରୀକ୍ଷା ବାତିଲ କରିଛି। ପରେ ପରୀକ୍ଷା ନିମନ୍ତେ ନୂତନ ତାରିଖ ଘୋଷଣା କରାଯିବ।
ସମ୍ପୃକ୍ତ ଜିଲ୍ଲାପାଳମାନେ ସ୍କୁଲ୍ ଏବଂ କଲେଜ ଛୁଟି କରିବା ନିମନ୍ତେ ଆଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2019/11/rain1-300x228.jpg)
କଟପାଡ଼ିର ସେରକାଡୁରେ ଥିବା ତିରୁବଲ୍ଲବର ବିଶ୍ୱବିଦ୍ୟାଳୟ ମଧ୍ୟ ଗୁରୁବାର ଦିନ ହେବାକୁ ଥିବା ତାହାର ପରୀକ୍ଷା ବାତିଲ କରିଛି। ଉକ୍ତ ପରୀକ୍ଷା ଡିସେମ୍ବର ୩ ତାରିଖ ଦିନ ହେବ ବୋଲି କହିଛି।
ତାମିଲନାଡୁର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନ ପୂର୍ବାଭାସ ଦେଇଛି। ଶୁକ୍ରବାର ଦିନ ତାମିଲନାଡୁର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଚେନ୍ନାଇରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ମିନାମ୍ବକ୍କମ ଅବ୍ଜର୍ଭେଟରିରେ ୪୫ ମିଲିଲିଟର ବର୍ଷା ହୋଇଥିବା ବେଳେ ନୁଙ୍ଗାମ୍ବକ୍କମ୍ରେ ୨୨ ମିଲିଲିଟର ବର୍ଷା ହୋଇଛି।
ପ୍ରକୃତପକ୍ଷେ କହିବାକୁ ଗଲେ, ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁର ଅନେକ ଅଞ୍ଚଳରେ ମଧ୍ୟରୁ ପ୍ରବଳ ବୃଷ୍ଟିପାତ ହୋଇଛି।