ନୂଆଦିଲ୍ଲୀ: ତାମିଲନାଡ଼ୁର ଭେଲ୍ଲୋର ଜିଲ୍ଲା ଅଧୀନସ୍ଥ ଏକ ଗାଁ କଟ୍ଟୁକୋଲାଇ। ଏଠାରେ ୧୫୦ଟି ପରିବାରକୁ ସେମାନଙ୍କ ଘର ଛାଡ଼ିବାପାଇଁ ୱକଫ୍ ବୋର୍ଡ ନୋଟିସ୍ ହୋଇଛି। ୧୫୦ ପରିବାରର ଜମିକୁ ହଠାତ୍ ୱକଫ୍ ସମ୍ପତ୍ତି ବୋଲି ଦର୍ଶାଇ ସେମାନଙ୍କୁ ନୋଟିସ୍ ପଠାଯାଇଛି। ଏଫ୍ ସୟଦ ସଦମ୍ଙ୍କ ଦ୍ବାରା ଏହି ନୋଟିସ୍ ପଠାଯାଇଛି ଏବଂ ସେ ଦାବି କରିଛନ୍ତି ଯେ କଟ୍ଟୁକୋଲାଇ ଗ୍ରାମରେ ଥିବା ଜମି ସ୍ଥାନୀୟ ମସଜିଦ୍ର ଏବଂ ଏହା ୱକଫ୍ ସମ୍ପତ୍ତି। ଗ୍ରାମବାସୀଙ୍କୁ କୁହାଯାଇଛି ଯେ ସେମାନେ ରହିବାପାଇଁ ଅନୁମତି ନେବେ, ଜମିର ଭଡ଼ା ଦେବେ ଏବଂ ୱକଫ୍ ଆଇନକୁ ମାନିବେ। ଅନ୍ୟପକ୍ଷରେ ଏଭଳି ୱକଫ୍ ନୋଟିସ୍କୁ ଗ୍ରାମବାସୀମାନେ ଜୋର୍ଦାର ବିରୋଧ କରିଛନ୍ତି ଏବଂ ୱକଫ୍ ନାମରେ କୌଣସି ବେଆଇନ ପଦକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ସେମାନେ ଏହି ମାମଲାରେ ଜିଲ୍ଲାପାଳଙ୍କୁ ଭେଟି ୱକଫ୍ ବୋର୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ମସ୍ଜିଦ ପରିଚାଳନା କରୁଥିବା ସୟଦ ସଦମ୍ ଦାବି କରିଛନ୍ତି ଯେ ଏହି ଜମି ୧୯୫୪ରୁ ୱକଫ୍ ବୋର୍ଡର ବୋଲି ଜଣାପଡ଼ିଛି ଏବଂ ସେମାନଙ୍କ ନିକଟରେ ଏହା ପ୍ରମାଣ କରିବାପାଇଁ କାଗଜପତ୍ର ମଧ୍ୟ ଅଛି। ସଦମ୍ଙ୍କ ଅନୁଯାୟୀ ତାଙ୍କ ବାପା ଆଇନ ସଂପର୍କରେ ବିଶେଷ ଅବଗତ ନଥିଲେ ଏବଂ ଲୋକଙ୍କୁ ଏ ବାବଦରେ ଅଧିକ ଜଣାଇନଥିଲେ। ସେ କହିଛନ୍ତି, ପୁଣିଥରେ ଆଉ ୨ଟି ନୋଟିସ୍ ପଠାଯିବ। ଯଦି କୌଣସି ପ୍ରତିକ୍ରିୟା ନଆସେ ତେବେ ଏହି ମାମଲା ହାଇକୋର୍ଟକୁ ଯିବ। ଅନ୍ୟପକ୍ଷେ ଗ୍ରାମବାସୀମାନେ କହିଛନ୍ତି, ସେମାନେ ଏହି ଜମିରେ ୪ ପିଢ଼ି ଧରି ରହି ଆସୁଛନ୍ତି ଏବଂ ଏହା ସେମାନଙ୍କ ନିଜସ୍ବ ଜମି। ଗ୍ରାମବାସୀମାନେ ଘର ହରାଇଦେବା ଭୟରେ ଜିଲ୍ଲାପାଳଙ୍କ ଅଫିସ୍କୁ ଯାଇଛନ୍ତି। ଗ୍ରାମବାସୀମାନେ ଖଜଣା ଦେଇ ଏବଂ ସରକାରୀ କାଗଜପତ୍ର ରଖି ମଧ୍ୟ ସେମାନଙ୍କୁ ଏହି ନୋଟିସ୍ ପଠାଯାଇଥିଲା। ତେବେ ୱକଫ୍ ଆଇନ ଦ୍ବାରା ଦାବି ହୋଇଥିବା ନେଇ ଏହା ଦ୍ବିତୀୟ ତାମିଲନାଡ଼ୁ ଗାଁ। ତିରୁଚେନ୍ଦୁରାଇ ଗ୍ରାମକୁ ମଧ୍ୟ ଏନେଇ ସମାନ ନୋଟିସ୍ ପଠାଯାଇଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/16/KGfqUvXPib4uHXVCl1Jt.jpg)