ତାମିଲନାଡ଼ୁ ଛାତ୍ରୀ ଆତ୍ମହତ୍ୟା ଘଟଣା: ତଦନ୍ତ ପାଇଁ ସିବିଆଇକୁ ସୁପ୍ରିମ୍‌ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ତାମିଲନାଡ଼ୁର ତାଞ୍ଜାଭୁରଠାରେ ଜଣେ ୧୭ ବର୍ଷୀୟ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ ସୁପ୍ରିମ୍‌କୋର୍ଟ ସୋମବାର ଦିନ ସିବିଆଇକୁ ଅନୁମତି ଦେଇଛନ୍ତି। ଏଥି ସହ ରାଜ୍ୟ ସରକାରଙ୍କୁ ଏହାକୁ ‘ପ୍ରେଷ୍ଟିଜ୍ ଇସ୍ୟୁ’ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ବେଲା ଏମ୍ ତ୍ରିବେଦୀଙ୍କ ବେଞ୍ଚ ମାଡ୍ରାସ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି ଯେଉଁ ରାୟ ବିରୋଧରେ ତାମିଲନାଡ଼ୁ ଡିଜିପି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗି ହାଜର ହୋଇଥିଲେ। ହାଇକୋର୍ଟ ଗତ ଜାନୁଆରି ୩୧ରେ ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଥିଲେ।

ସମ୍ବନ୍ଧିତ ଖବର