ଚେନ୍ନାଇ: ଷ୍ଟେରଲାଇଟ୍ କପର ପ୍ଲାଣ୍ଟ୍ ବିରୋଧରେ ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଏହାର ପ୍ରତିବାଦ କରି କରି ଆଜି ତାମିଲନାଡ଼ୁରେ ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ରାଜ୍ୟବ୍ୟାପୀ ବନ୍ଦ ପାଳନ କରିଛି। କଂଗ୍ରେସ ମଧ୍ୟ ଡିଏମ୍କେର ଏହି ବନ୍ଦ ପାଳନକୁ ସମର୍ଥନ କରି ଏଥିରେ ସାମିଲ୍ ହୋଇଥିଲା। ବନ୍ଦ ପାଳନ ସମୟରେ ବିକ୍ଷୋଭରେ ସାମିଲ ହୋଇଥିବା ଡିଏମ୍କେ ନେତା କାନିମୋଝିଙ୍କୁ ପୁଲିସ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା। କାନିମୋଝି ଆଜି କେ ପଲାନିସ୍ୱାମୀଙ୍କ ସରକାରଙ୍କୁ ଏହି ଘଟଣା ପାଇଁ କଡ଼ା ସମାଲୋଚନା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ନେତୃତ୍ୱ ରକ୍ତପିପାସୁ ହୋଇଉଠିଛି ଏବଂ ଏତେ ସଂଖ୍ୟାରେ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ପଲାନିସ୍ୱାମୀ ହିଁ ଦାୟୀ । ଅନ୍ୟପକ୍ଷରେ ଷ୍ଟେରଲାଇଟ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ ସମସ୍ତ ଆଇନଗତ ଦିଗକୁ ସମ୍ମାନ ଦେଇ କାରଖାନା କରାଯାଇଛି। ତେଣୁ ଏହି ୟୁନିଟ୍୍କୁ ବନ୍ଦ କରିହେବ ନାହିଁ ବୋଲି ସେ କହିଛନ୍ତି।
ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼ ଘଟଣା
ତାମିଲନାଡ଼ୁ ବନ୍ଦ
/sambad/media/post_attachments/wp-content/uploads/2018/05/THOOTHU101.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)