ସୌନ୍ଦର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହେଲେ ପ୍ରଭୁ: ମନ୍ଦିର ପୂଜକଙ୍କ ଝିଅଙ୍କୁ ବିବାହ କଲେ ଦଳିତ ବିଧାୟକ

ବାହାଘରକୁ ନେଇ ଉଠିଲା ବିବାଦ

ଚେନ୍ନାଇ: ସୌନ୍ଦର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହେଲେ ବିଧାୟକ | ପ୍ରଥମ ଦେଖାରେ ଚୋରି ହୋଇଗଲା ବିଧାୟକଙ୍କ ମନ | ସୌନ୍ଦର୍ଯ୍ୟାଙ୍କ ସୁନ୍ଦର ଚେହେରା ଓ ମତୁଆଲା ଆଖି ହିଁ ପ୍ରଭୁଙ୍କୁ ପ୍ରେମରେ ପକେଇଦେଇଥିଲା | ଆଉ ତାମିଲନାଡୁର ଏଆଇଏଡିଏମକେର ୩୬ ବର୍ଷୀୟ ଦଳିତ ବିଧାୟକ ଏ.ପ୍ରଭୁ ତାଙ୍କର ୧୯ ବର୍ଷର ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବା ପରେ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି | କାରଣ ସୌନ୍ଦର୍ଯ୍ୟାଙ୍କ ବାପା ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି | ସୌନ୍ଦର୍ଯ୍ୟାଙ୍କ ବାପା ସ୍ଥାନୀୟ ଏକ ମନ୍ଦିରରେ ପୂଜକ ଥିବାବେଳେ ତାଙ୍କ ଝିଅକୁ ଅପହରଣ କରାଯାଇ ବିବାହ କରିଦିଆଯାଇଥିବାର ଅଭିଯୋଗ କରିଛନ୍ତି |

ମିଳିଥିବା ସୂଚନା ମୁତାବକ କାଲାକୁରିଚି ନିର୍ବାଚନମଣ୍ଡଳୀର ଶାସକ ବିଧାୟକ ଏ.ପ୍ରଭୁ ସୋମବାର ଝିଅର ପରିବାରର ତୀବ୍ର ବିରୋଧ ସତ୍ତ୍ୱେ କଲେଜରେ ପଢ଼ୁଥିବା ଏସ.ସୌନ୍ଦର୍ଯ୍ୟାଙ୍କୁ ବିବାହ କରିଥିଲେ | ଏହି ବିବାହକୁ ନେଇ ସ୍ଥାନୀୟ ମନ୍ଦିରର ପୁରୋହିତ ତଥା ଝିଅର ବାପା ଏସ.ସ୍ୱାମୀନାଥନ ତାଙ୍କ ଝିଅକୁ ଅପହରଣ କରାଯାଇଥିବାର ଅଭିଯୋଗ କରିଛନ୍ତି। କୌଣସି ଫଇସଲା ନ କଲେ ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ଏବଂ ଜିଲ୍ଲା ପୁଲିସ ତାଙ୍କ ବିରୋଧରେ ଆତ୍ମହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା।

photo-latestly marathi

ସୌନ୍ଦର୍ଯ୍ୟାଙ୍କୁ ଜବରଦସ୍ତ ବିବାହ କରିବା ଘଟଣାକୁ ପ୍ରଭୁ ଅସ୍ୱୀକାର କରିଛନ୍ତି | ପ୍ରଭାସ କହିଛନ୍ତି ଯେ ତାଙ୍କର ଏବଂ ସୌନ୍ଦର୍ଯ୍ୟାଙ୍କ ମଧ୍ୟରେ ଗତ କିଛି ମାସ ଧରି ପ୍ରେମ ସମ୍ପର୍କ ଥିଲା | ପ୍ରଭୁଙ୍କ କହିବାନୁସାରେ, ତାଙ୍କ ପରିବାର ଆନୁଷ୍ଠାନିକ ଭାବେ ସ୍ୱାମୀନାଥନଙ୍କ ବିବାହ ପାଇଁ ସମ୍ମତି ଲୋଡିଥିଲେ। ତେବେ, ସ୍ୱାମୀନାଥନ୍ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ପ୍ରଭାସ କହିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କ ଆଶୀର୍ବାଦରେ ସୌନ୍ଦର୍ଯ୍ୟାଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର