ଚେନ୍ନାଇ: ତାମିଲନାଡ଼ୁର ମନ୍ତ୍ରୀ ତଥା ବରିଷ୍ଠ ଏଆଇଏଡିଏମ୍କେ ନେତା ରାଜେନ୍ଦ୍ର ବାଲାଜୀ କହିଛନ୍ତି ଯେ ଆମ୍ମା (ପୂର୍ବ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତା)ଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଆମ ପିତା। ଏଆଇଏଡିଏମ୍କେ ପାଇଁ ମୋଦୀ ପିତାତୁଲ୍ୟ ଆଚରଣ କରୁଛନ୍ତି ଏବଂ ସେ ଆମର ପିତା ଏବଂ ପୂରା ଦେଶର ପିତା ବୋଲି କହିଛନ୍ତି ରାଜେନ୍ଦ୍ର ବାଲାଜୀ। ମହାରାଜପୁରମରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ବିଜେପି-ଏଆଇଏଡିଏମ୍କେ ମେଣ୍ଟ ନେଇ ପ୍ରଶ୍ନ କରାଯାଇଥିଲା। ଜୟଲଳିତା ବିଜେପି ସହ କେବେ ମେଣ୍ଟ କରିନଥିବା ବେଳେ ଏବେ ଏଆଇଏଡିଏମ୍କେ କାହିଁକି ମେଣ୍ଟ କରିଛି ବୋଲି ପ୍ରଶ୍ନର ଜବାବରେ ରାଜେନ୍ଦ୍ର କହିଥିଲେ ଯେ ସେତେବେଳେ ପରିସ୍ଥିତି ଭିନ୍ନ ଥିଲା। ଏବେ ଆମ୍ମାଙ୍କ ଅନୁପସ୍ଥିତିରେ ଆମେ ମୋଦୀଙ୍କୁ ପିତା ଭାବେ ଗ୍ରହଣ କରିଛୁ ବୋଲି ସେ କହିଥିଲେ। ମୋଦୀଜୀଙ୍କ ପାଇଁ ଆମ୍ମାଙ୍କ ମନରେ ଯଥେଷ୍ଟ ସମ୍ମାନ ରହିଥିଲା ଏବଂ ସେ କେବେ ବି ମୋଦୀଙ୍କୁ ବିରୋଧ କରୁନଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି।
ତାମିଲନାଡ଼ୁ ମନ୍ତ୍ରୀଙ୍କ ବୟାନ ଆମ୍ମାଙ୍କ ପରେ ମୋଦୀ ହିଁ ଆମ ପିତା
/sambad/media/post_attachments/wp-content/uploads/2019/03/05modi-vara1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)