ଅହମ୍ମଦାବାଦ: ଗୁଣିଗାରେଡ଼ି ଏବଂ ପ୍ରେତାତ୍ମା ପ୍ରଭାବର ଶିକାର େହାଇ ଗୁଜରାଟର ଜଣେ ମହିଳା ନିଜ ୫ ସନ୍ତାନଙ୍କୁ ଧରି କୂଅ ମଧ୍ୟକୁ ଡେଇଁଛନ୍ତି। ଫଳରେ କୂଅ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସମ୍ପୃକ୍ତ ମହିଳା ଏବଂ ତାଙ୍କ ବଡ଼ଝିଅ ବଞ୍ଚିଯାଇଛନ୍ତି। ସେମାନଙ୍କୁ ଜୀବିତ ଅବସ୍ଥାେର ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି।
ରାଜ୍ୟର ଭାବନଗର ଜିଲ୍ଲା ଅନ୍ତର୍ଗତ ପାଞ୍ଚ ପିପଲା ଗ୍ରାମର ବାସିନ୍ଦାଙ୍କ କହିବାନୁସାରେ ମହିଳା ଜଣଙ୍କ ପ୍ରେତାତ୍ମା ପ୍ରଭାବର ଶିକାର ହୋଇଥିଲେ। ଆର୍ଥିକ ସଂକଟର ସମ୍ମୁଖୀନ ମଧ୍ୟ ହେଉଥିଲେ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ସେ ନିଜ ୫ ସନ୍ତାନଙ୍କ ସହିତ କୂଅ ମଧ୍ୟକୁ ଡେଇଁଥିଲେ। କିଛି ସମୟ ପରେ ଗ୍ରାମବାସୀ କୂଅ ମଧ୍ୟରୁ ମହିଳା ଗୀତା ଭାଲିୟା ଓ ତାଙ୍କ ୧୦ ବର୍ଷୀୟା ବଡ଼ ଝିଅ ଧର୍ମିଷ୍ଠାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଆସି ଅନ୍ୟ ୪ ସନ୍ତାନଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ୪ ଜଣ ମୃତକଙ୍କ ବୟସ ଦେଢ଼ରୁ ୮ ବର୍ଷ ହେବ। ପୁଲିସରେ ଗୀତା ଦେଇଥିବା ବୟାନ ଅନୁସାରେ ସେ େପ୍ରତାତ୍ମା ପ୍ରଭାବର ଶିକାର ହୋଇଥିଲେ। ଆଖି ବନ୍ଦ କରିବା କ୍ଷଣି ପ୍ରେତାତ୍ମା ତାଙ୍କୁ ଡରାଉଥିଲେ ଏବଂ ଆତ୍ମହତ୍ୟା କରିବାକୁ ପ୍ରେରାଚନା କରୁଥିଲେ। କୌଣସି ଗୋଟିଏ ଦିନ ଶାନ୍ତିରେ ବଞ୍ଚିବାକୁ ଦେଉନଥିଲେ। ସେ ଏହାକୁ ଏଡ଼ାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତା’ଛଡ଼ା ମଜୁରିଆ ଭାବେ କାମ କରୁଥିବା ଗୀତା ଦର୍ଶାଇଛନ୍ତି ଯେ ପରିବାର ଉତ୍କଟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲା। ପିଲାମାନଙ୍କୁ ଦୁଇଓଳି ଖାଇବାକୁ ଦେବା କଷ୍ଟକର ହୋଇପଡ଼ିଥିଲା। ତେଣୁ ଶେଷରେ ସେ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ପିଲାମାନଙ୍କର ଅବସ୍ଥା କ’ଣ ହେବ ଭାବି ସେମାନଙ୍କୁ ମଧ୍ୟ ସାଙ୍ଗେର ନେଇ ମରିବାକୁ ମନସ୍ଥ କରିଥିଲେ ବୋଲି ଗୀତା କହିଛନ୍ତି। କିନ୍ତୁ ଗୀତାଙ୍କ ସ୍ବାମୀ ଧର୍ମସିଙ୍କ କହିବାନୁଯାୟୀ ତାଙ୍କ ପତ୍ନୀଙ୍କୁ କେହି ଗୁଣିଗାରେଡ଼ି କରିଥିଲା। ଏଥିରୁ ନିସ୍ତାର ପାଇବା ପାଇଁ ସେ ଆତ୍ମହତ୍ୟାର ବାଟ ବାଛିଥିଲା। ଘଟଣାକୁ ନେଇ ଗୁଜରାଟରେ ହଇଚଇ ସୃଷ୍ଟି ହୋଇଛି।
ଗୁଣିଗାରେଡ଼ି ନେଲା ୪ ଜୀବନ
୫ ସନ୍ତାନଙ୍କ ସହ କୂଅକୁ ଡେଇଁଲେ ମହିଳା
/sambad/media/post_attachments/wp-content/uploads/2018/10/police-generic_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)