‘୭ ଲକ୍ଷ ଦେଇ ୪ଟି ପାରା ରଖ’ କହିଥିବା ତାନ୍ତ୍ରିକ ଗିରଫ, କାହିଁକି ଜାଣନ୍ତୁ

ନାଗପୁର: ‘୪ଟି ମନ୍ତ୍ରିତ ପାରା ଘରେ ରଖ, ଶୁଭ ଫଳ ମିଳିବ’ କିଛି ଏଭଳି କହି ୭ ଲକ୍ଷ ଟଙ୍କାରେ ୪ଟି ପାରାଙ୍କୁ ବିକିଥିଲେ ତାନ୍ତ୍ରିକ | ଆଉ ଅନ୍ଧବିଶ୍ୱାସର ଶିକାର ହୋଇଥିବା ପରିବାର ଯେତେବେଳେ ତାନ୍ତ୍ରିକଙ୍କ କହିବା ମୁତାବକ ଫଳ ନ ପାଇଲେ ଥାନାରେ ଅଭିଯୋଗ କରିଛନ୍ତି | ଏହା ପରେ ପୁଲିସ ତାନ୍ତ୍ରିକଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ପୁନେରେ ରହୁଥିବା ଏକ ପରିବାରର ଜଣେ ସଦସ୍ୟଙ୍କର ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ଭଲ ରହୁନଥିଲା | ଅନେକ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ତାନ୍ତ୍ରିକ କୂତବୁଦ୍ଧିନ ନଜମଙ୍କୁ ସମ୍ପୃକ୍ତ ପରିବାର ସାକ୍ଷାତ କରିଥିଲେ |

ଏହା ପରେ ତାନ୍ତ୍ରିକ ଜଣକ କହିଥିଲେ ଯେ,’ ତୁମର ପୁଅ ଉପରେ କେହି କଳା ଯାଦୁ କରିଛି | ଯେଉଁଥିପାଇଁ ପୁଅର ମୃତ୍ୟୁ ହୋଇଯାଇପାରେ | ତେଣୁ କଳା ନଜର ହଟାଇବାକୁ ଘରେ ମନ୍ତ୍ରିତ ହୋଇଥିବା ଏହି ୪ଟି ପାରା ରଖନ୍ତୁ’ | ପୁଅର ମୃତ୍ୟୁ କଥା ଶୁଣି ପରିବାର ସଦସ୍ୟ ୬ ଲକ୍ଷ ୮୦ ହଜାର ଟଙ୍କା ଦେଇ ୪ଟି ପାରା ତାନ୍ତ୍ରିକଠାରୁ କିଣିଥିଲେ | ଘରର ପୁଅ କିଭଳି ଠିକ ହୋଇଯିବ ସେହି ଆଶାରେ ପାରା ଗୋଟିକ ପିଛା ୧ଲକ୍ଷ ୭୦ ହଜାର ଟଙ୍କା ଦେଇ ପାରା କିଣିଥିଲେ | ତେବେ ପୁଅର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିବାର ସଦସ୍ୟ ତାନ୍ତ୍ରିକଙ୍କୁ ଯୋଗାଯୋଗ କରିଥିଲେ | ହେଲେ ତାନ୍ତ୍ରିକ ଜଣକ ଆଉ ଧରା ଦେଇନଥିଲା |

photo-aajtak

ଏହା ପରେ ଠକେଇ ହୋଇଥିବା ଜାଣି ପରିବାର ସଦସ୍ୟ ଅନ୍ଧଶ୍ରଦ୍ଧା ସମିତି ସହ ଯୋଗାଯୋଗ କରିଥିଲେ | ଅନ୍ଧଶ୍ରଦ୍ଧା ସମିତି ଥାନାରେ ଏନେଇ ଅଭିଯୋଗ କରିଥିଲେ | ଅଭିଯୋଗ ପାଇବା ପରେ ପୁଲିସ କୂତବୁଦ୍ଧିନକୁ ଗିରଫ କରିଥିଲେ | ତାନ୍ତ୍ରିକଠାରୁ ତିନି ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ଆଉ କେଉଁମାନଙ୍କଠାରୁ ଠକ ତାନ୍ତ୍ରିକ ଟଙ୍କା ଲୁଟିଛି ସେ ନେଇ ପୁଲିସ ଅଧିକ ତଦନ୍ତ କରୁଛି |

ସମ୍ବନ୍ଧିତ ଖବର