୧୦ ବର୍ଷର ଝିଅକୁ ପୋଡ଼ି ମାରିବା ପରେ ନିଜେ ଆତ୍ମହତ୍ୟା କଲା ତାନ୍ତ୍ରିକ

ଜୟପୁର : ତନ୍ତ୍ର ସାଧନା ପାଇଁ କୁନି ଝିଅକୁ ନିଆଁରେ ପୋଡିବା ପରେ ନିଜେ ଆତ୍ମହତ୍ୟା କଲା ତାନ୍ତ୍ରିକ | ଏଭଳି ଏକ ଲୋମହର୍ଷଣକାରୀ ଘଟଣା ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଦେଖିବାକୁ ମିଳିଛି | ଏଠାରେ ଜଣେ ତାନ୍ତ୍ରିକ ପ୍ରଥମେ ୧୦ ବର୍ଷର ବାଳିକାକୁ ନିଆଁରେ ପୋଡିଦେଇଥିଲା | ତେବେ ତନ୍ତ୍ର ସାଧନା ବିଫଳ ହେବା ପରେ ନିଜେ ଆତ୍ମହତ୍ୟା କରିଥିଲା ​​| ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ବାଖାସର ପୁଲିସ ଷ୍ଟେସନ ଅଞ୍ଚଳରେ ରାମ ଭିଲ ନାମକ ଜଣେ ପାକିସ୍ତାନ ଶରଣାର୍ଥୀ ଦୀର୍ଘଦିନ ଧରି ରହିଆସୁଥିଲା |

ଆଉ ରାମ ଭିଲ ନିଜ ଘରେ ଏକ ଅଗ୍ନିକୁଣ୍ଡ ନିର୍ମାଣ କରିଥିଲା | ଏଠାରେ ସେ ତନ୍ତ୍ରବିଦ୍ୟା କରିଆସୁଥିବାବେଳେ ଜଣେ ନାବାଳିକାର ଦଗ୍ଧ ମୃତଦେହ ପୁଲିସକୁ ମିଳିଥିଲା | ଏହା ପାଖରେ ତାନ୍ତ୍ରିକ ଜଣକ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଥିଲା | ପୁଲିସ ଯେତେବେଳେ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ପହଞ୍ଚିଥିଲା, ସେତେବେଳେ ପୁଲିସର ମଧ୍ୟ ହୋସ ଉଡିଯାଇଥିଲା |

ପୁଲିସ ତାନ୍ତ୍ରିକ ଘରୁ ତନ୍ତ୍ରରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବାବେଳେ ହତ୍ୟାକାଣ୍ଡର ଶିକାର ହୋଇଥିବା ନାବାଳିକା ବାବଦରେ ଅନୁସନ୍ଧାନ କରୁଛି | ଗତ ଦୁଇ ବର୍ଷ ଧରି ତାନ୍ତ୍ରିକ ଜଣକ ଏହି ଗାଁରେ ରହୁଥିଲେ।

ସମ୍ବନ୍ଧିତ ଖବର