ମୁଁ ଆତ୍ମହତ୍ୟା କରିବି ନାହିଁ, ମୋତେ ସାହାଯ୍ୟ କର; ନିର୍ଯ୍ୟାତନାର ଅଭିଯୋଗ କରି ଏଭଳି କହିଲେ ତନୁଶ୍ରୀ

ମୁମ୍ବାଇ: ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ନିଜର ଦୁଃଖ ଜଣାଇଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ପୂର୍ବରୁ ତାଙ୍କ ସହ ହୋଇଥିବା ଯୌନ ନିର୍ଯ୍ୟାତନା ବିଷୟରେ ସର୍ବସମ୍ମୁଖରେ କହି ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ଏବେ ପୁଣି ଥରେ ଚର୍ଚ୍ଚାରେ। ସେ କହିଛନ୍ତି ଯେ ଅନେକ ଲୋକ ତାଙ୍କୁ ଟାର୍ଗେଟ କରୁଛନ୍ତି। ସାହାଯ୍ୟ ପାଇଁ ଅନୁରୋଧ କରି ତନୁଶ୍ରୀ ବଲିଉଡର ମାଫିଆ, ରାଜନୀତି ସହ ଜଡ଼ିତ ଲୋକ ଏବଂ ଦେଶ ବିରୋଧୀ ତତ୍ତ୍ବ ଯୋଗୁଁ ସେ ଅସୁବିଧାରେ ସମ୍ମୁଖୀନ ହେଉଥିବା କହିଛନ୍ତି।

ପୋଷ୍ଟ ଜରିଆରେ ସେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଖୁଲାସା କରି ଲେଖିଛନ୍ତି ଯେ, ମୋତେ ହଇରାଣ କରାଯାଉଛି ଏବଂ ମୋତେ ଟାର୍ଗେଟ କରାଯାଉଛି। ଦୟାକରି କେହି କିଛି କରନ୍ତୁ। ପ୍ରଥମେ ମୋର ବଲିଉଡ ପ୍ରୋଜେକ୍ଟଗୁଡ଼ିକ ଗତ ଏକ ବର୍ଷ ମଧ୍ୟରେ ମୋ ହାତରୁ ଛଡ଼ାଇ ନିଆଗଲା। ଏହା ପରେ ମୋ ଘରକୁ ଏକ ଏଭଳି ଗୃହ ସହାୟିକା ପଠାଗଲା, ଯିଏ ମୋ ପାଣିରେ ଔଷଧ ଏବଂ ଷ୍ଟେରଏଡ ମିଶାଇଥିଲେ। ଏହି କାରଣରୁ ମୋର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା। ଏହା ପରେ, ଯେତେବେଳେ ମୁଁ ମେ’ ମାସରେ ଉଜୈନକୁ ଯାଇଥିଲି, ସେଠାରେ ଦୁଇ ଥର ମୋ ଗାଡ଼ିର ବ୍ରେକ ଫେଲ କରିବା ପାଇଁ ଚେଷ୍ଟା କରାଯାଇଥିଲା। ମୁଁ ଥରେ ଦୁର୍ଘଟଣାର ଶିକାର ମଧ୍ୟ‌ ହେଲି। ମୃତ୍ୟୁ ମୁଖରୁ ଫେରିବା ପରେ ମୁଁ ପୁଣି ମୁମ୍ବାଇ ଫେରି ମୋ କାମ ଆରମ୍ଭ କରିବାକୁ ଚିନ୍ତା କରିଥିଲି। ବର୍ତ୍ତମାନ ମଁ ରହୁଥିବା ବିଲ୍ଡିଂର ମୋ ଫ୍ଲାଟ ବାହାରେ ଅଜବ ଜିନିଷ ରଖାଯାଉଛି। ମୁଁ ନିଶ୍ଚିତ ଯେ #ମିଟୁର ଆରୋପ ଲଗାଇଥିବା ଅଭିଯୁକ୍ତ ଏବଂ ମୁଁ ଭାଣ୍ଡାଫୋଡ କରି୍ଥିବା ଏନଜିଓ ଏହି ସବୁ ପଛରେ ଅଛନ୍ତି। କାରଣ ତାଙ୍କ ବ୍ୟତୀତ ଅନ୍ୟ କେହି ମୋତେ ଏପରି ହଇରାଣ କରିବେ ଏବଂ ଟାର୍ଗେଟ କରିବେ କାହିଁକି?

ସମ୍ବନ୍ଧିତ ଖବର