ଓଲଟିଲା ପାସପୋର୍ଟ କାହାଣୀ, ମିଛ ତଥ୍ୟ ଦେଇଛନ୍ତି ତାନଭି ସେଠ୍‌

ଲକ୍ଷ୍ନୌ : ଲକ୍ଷ୍ନୌରେ ଗତ ସପ୍ତାହରେ ଘଟିଥିବା ପାସପୋର୍ଟ ପ୍ରସଙ୍ଗରେ ଏକ ନୂଆ ମୋଡ ଆସିଛି । ସରକାରୀ ପାସପୋର୍ଟ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିବା ତାନଭି ସେଠ ଫର୍ମରେ ଦେଇଥିବା କେତେକ ତଥ୍ୟ ମିଛ ବୋଲି ଜଣାପଡିଛି । ସେ ଏବେ ନୋଇଡା ରହୁଥିବାବେଳେ ଲକ୍ଷ୍ନୌରେ ରହୁଥିବା ଜଣାପଡିଛି । ଏ ନେଇ ଲକ୍ଷ୍ନୌ ପୁଲିସ ପକ୍ଷରୁ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟକୁ ସୂଚୀତ କରାଯାଇଛି । ପରବର୍ତ୍ତି ତଦନ୍ତ ପାସପୋର୍ଟ ଅଫିସ ପକ୍ଷରୁ କରାଯିବ । ସେହି ସମୟ ପର୍ଯ୍ୟନ୍ତ ତାନଭି ସେଠ ଓ ତାଙ୍କ ସ୍ୱାମୀଙ୍କ ପାସପୋର୍ଟକୁ ସ୍ଥଗିତ ରଖାଯାଇଛି । ତଦନ୍ତର ଫଳାଫଳ ଭିତ୍ତିରେ ପାସପୋର୍ଟ ରଦ୍ଦ ବାବଦରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ ଗତ ଜୁନ ୨୦ରେ ମହମ୍ମଦ ଅନସ ସିଦ୍ଦିକୀ ଓ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ପାସପୋର୍ଟ ଅଫିସରେ ଅଧିକାରୀ ବିକାଶ ମିଶ୍ର ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କହିଥିଲେ । ଏହି ଅଭିଯୋଗକୁ ଟ୍ଵିଟ କରି ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍‌ କରିଥିଲେ । ଏହାକୁ ନେଇ ବିବାଦ ଦେଖାଯିବା ପରେ ମିଶ୍ରଙ୍କୁ ତରବରିଆ ଭାବେ ବଦଳି କରାଯାଇଥିଲା ।

ସମ୍ବନ୍ଧିତ ଖବର