ଶ୍ରୀନଗର: ପାକିସ୍ତାନ ସେନା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଂଚଳରେ ଥିବା ଭାରତର ୬ଟି ଗାଁକୁ ଟାର୍ଗେଟ୍ କରିଛି। ଆଜି ଅପରାହ୍ନରୁ ଭୟଙ୍କର ଗୁଳିଗୋଳା ମାଡ଼ ଯୋଗୁଁ ସୀମାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଭାରତୀୟ ସେନା ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛନ୍ତି। ପୁଂଚ ଜିଲ୍ଲାରେ ପାକିସ୍ତାନର ଏଭଳି ଆକ୍ରମଣ ପଛରେ ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବା ଷଡ଼ଯନ୍ତ୍ର ରହିଥିବା କୁହାଯାଇଛି। ଅନ୍ତର୍ଜାତୀୟ ସୀମାନ୍ତରେ ଶତାଧିକ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ନିୟନ୍ତ୍ରଣ ରେଖା ଅଂଚଳରେ ଭାରତୀୟ ସେନା କଡ଼ା ସତର୍କ ରହିଥିବାରୁ ଭାରତରେ ଅନୁପ୍ରବେଶ ନିମନ୍ତେ ଆତଙ୍କବାଦୀଙ୍କୁ ରାସ୍ତା ମିଳୁନାହିଁ। ସୀମାନ୍ତରୁ ପାକ୍ ସେନା ପକ୍ଷରୁ ସବୁଜ ସଙ୍କେତ ମିଳିବା ମାତ୍ରେ ସେମାନେ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ଭାରତରେ ପ୍ରବେଶ କରିବେ ବୋଲି କୁହାଯାଉଛି। ଏହି ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ପାକ୍ ସେନା ପୁଞ୍ଚରେ ଗୁଳିମାଡ଼ ଜାରି ରଖିଥିବାରୁ ସୀମାରେ କମ୍ବିଂ ଅପରେସନ ମଧ୍ୟ ବଢ଼ାଇ ଦିଆଯାଇଛି।
ଅସ୍ତ୍ରବିରତି ଉଲ୍ଲଂଘନ ପୁଂଚ୍ରେ ଗୁଳିବର୍ଷା, ୬ଟି ଗାଁକୁ ଟାର୍ଗେଟ୍
/sambad/media/post_attachments/wp-content/uploads/2018/10/3-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)