ଚୀନ୍‌ ଉପରେ ନଜର: ଆନ୍ଧ୍ରରେ ସ୍ଥାପନ ହେବ  ବାୟୁସେନାର ସାମରିକ ଘାଟି

ନୂଆଦିଲ୍ଲୀ :  ଆନ୍ଧ୍ର ପ୍ରଦେଶରେ ବାୟୁସେନାର ଏକ ବଡ଼  ସାମରିକ ଘାଟି ସ୍ଥାପନ କରାଯିବାକୁ ଯୋଜନା ହେଉଛି।  ସାମରିକ ଦୃଷ୍ଟିକୋଣରୁ ପୂର୍ବତଟର ଗୁରୁତ୍ୱ ବଢ଼ୁଥିବାରୁ ବାୟୁସେନା ଏକ ବିଶାଳ ସାମରିକ ଘାଟି ଏବଂ  ହେଲିକପ୍‌୍‌ଟର ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଏବଂ ଏ  ନେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରକାଶମ ଜିଲ୍ଲାର ଡୋନାକୋଣ୍ଡାରେ ଏହା ସ୍ଥାପନ ହେବ ବୋଲି ଜଣାପଡ଼ିଛି।  ଏହା ସହିତ ଅନନ୍ତପୁର ଜିଲ୍ଲାରେ ଏକ ଡ୍ରୋନ୍‌୍‌ ନିର୍ମାଣ କେନ୍ଦ୍ର, ଅମରାବତୀରେ ସାଇବର ନିରାପତ୍ତା କେନ୍ଦ୍ର ସ୍ଥାପନ ହେବ। ଏହା ସହିତ ରାଜମନ୍ଦେନ୍ଦ୍ରୀ ଏବଂ ବିଜୟଓ୍ଵାଡ଼ା ବିମାନବନ୍ଦରକୁ ବାୟୁସେନା ବ୍ୟବହାର କରିବା  ନିମନ୍ତେ ଏହାକୁ ସେହି ଅନୁସାରେ ପ୍ରସ୍ତୁତ କରାଯିବ। ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ୨ଟି ପର୍ଯ୍ୟାୟରେ ସଂପୂର୍ଣ୍ଣ ହୋଇଛି ଏବଂ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଚଳିତ ବର୍ଷରୁ ହିଁ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ପୂର୍ବ ତଟରେ ଚୀନ୍‌ର ଶକ୍ତି ବଢ଼ିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଏହା ବାୟୁସେନାର ରଣନୀତିକ କାର୍ଯ୍ୟକ୍ରମର ଅଂଶବିଶେଷ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ସପ୍ତାହରେ ଭାରତୀୟ ବାୟୁସେନାର ଉତ୍ତର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ବି ସୁରେଶ ଏବଂ ତାଙ୍କ  ଟିମ୍‌ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ମଧ୍ୟ ଏ ବାବଦରେ ବିସ୍ତତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାୟୁସେନାର କଲୋନୀ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ବାୟୁସେନାର ସାମରିକ ଘାଟି ସ୍ଥାପନ ନିମନ୍ତେ ୧୨ ଶହ ଏକର  ଜାଗା ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ବାୟୁସେନା ସହିତ ତାଳମେଳ ରଖି ସବୁ ପ୍ରକଳ୍ପକୁ ତ୍ୱରାନ୍ଵିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର