ତରିଗାମୀଙ୍କୁ ଶ୍ରୀନଗରରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଗଲା

ନୂଆଦିଲ୍ଲୀ: ଦୀର୍ଘ ୧ ମାସରୁ ଊର୍ଦ୍ଧ୍ବ ସମୟ ଧରି ଶ୍ରୀନଗରରେ ଗୃହବନ୍ଦୀ ଥିବା‌ ସିପିଆଇଏମ୍‌ ନେତା ୟୁସୁଫ୍‌ ତରିଗାମୀଙ୍କୁ ଆଜି ଶ୍ରୀନଗରରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ୪ ଥର ବିଧାୟକ ଥିବା ତରିଗାମୀଙ୍କ ସହ ଆଜି ଜଣେ ଡାକ୍ତର, ଜଣେ ପୁଲିସ ଅଧିକାରୀ ଏବଂ ତା‌ଙ୍କର ଜଣେ ସମ୍ପର୍କୀୟ ଶ୍ରୀନଗରରୁ ଦିଲ୍ଲୀ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତରିଗାମୀଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀନଗରରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ ସିପିଏମ୍‌ ‌ନେତା ସୀତାରାମ ‌ୟେଚୁରୀଙ୍କୁ ସୁପ୍ରିମକୋର୍ଟ ଶ୍ରୀନଗର ଯିବାକୁ ଅନୁମତି ଦେବାପରେ ସେ ଶ୍ରୀନଗର ଗସ୍ତ କରି ତାଙ୍କ ସହଯୋଗୀ ତରିଗାମୀଙ୍କୁ ସା‌କ୍ଷାତ କରିଥିଲେ। ପରେ ଶ୍ରୀନଗରରୁ ଫେରିବାପରେ ସେ ସୁପ୍ରିମକୋର୍ଟରେ ଏବାବଦ ରିପୋର୍ଟ ଦାଖଲ କରି କହିଥିଲେ ଯେ ତରିଗାମୀଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବାର ଆବଶ୍ୟତକା ରହିଛି। ଏହାପରେ ସୁପ୍ରିମକୋର୍ଟ ତରିଗାମୀଙ୍କୁ ଏମ୍ସ ସ୍ଥାନାନ୍ତର ପାଇଁ ନି‌ର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର