ତରିଗାମୀଙ୍କୁ ଏମ୍ସ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଶ୍ରୀନଗରରେ ନିଜ ବାସଭବନରେ ଅଟକ ଥିବା ଅସୁସ୍ଥ ସିପିଏମ୍‌ ନେତା ମହମ୍ମଦ ୟୁସୁଫ୍‌ ତରିଗାମୀଙ୍କ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ‌ନେତୃତ୍ବରେ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି, ଡାକ୍ତରଙ୍କ ତତ୍ତ୍ବାବଧାନରେ ତରିଗାମୀଙ୍କୁ ଏମ୍ସ ସ୍ଥାନାନ୍ତର କରିବାକୁ ପଡ଼ିବ । ସିପିଏମ୍‌ ନେତା ସୀତାରାମ ୟେଚୁରୀ ଶ୍ରୀନଗର ଗସ୍ତ କରି ସୁପ୍ରିମକୋ‌ର୍ଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ‌‌ୟେଚୁରୀଙ୍କ ଆବେଦନ ଅନୁଯାୟୀ ତରିଗାମୀଙ୍କୁ ଅଟକ ରଖିବା ନେଇ କୌଣସି ଅର୍ଡର ଜାରି ହୋଇନାହିଁ। ଏନେଇ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନଠାରୁ ରିପୋର୍ଟ ମାଗିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାପାଇଁ ଖଣ୍ଡପୀଠ କହିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର