ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବାଂଲାଦେଶ ସହିତ ଗତ କିଛି ମାସ ହେଲା ଭାରତର କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ତେବେ ବାଂଲାଦେଶ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନଙ୍କ ବାଂଲାଦେଶ ନ୍ୟାସନାଲଷ୍ଟ ପାର୍ଟି (ବିଏନ୍ପି)ର ବିଜୟ ପରେ ଦୁଇ ଦେଶ ସମ୍ପର୍କରେ ବ୍ୟାପକ ପରିବର୍ତ୍ତନ ହେବା ନେଇ ଆଶା ପ୍ରକାଶ ପାଇଛି। ବିଏନ୍ପି ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଭିନ୍ନ ଦେଶ ସହିତ କୂଟନୈତିକ ସମ୍ପର୍କ ବୃଦ୍ଧି କରିବାକୁ ବିଏନ୍ପି ସମସ୍ତ ପ୍ରମୁଖ ଦେଶର ଶାସନ ମୁଖ୍ୟଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ରଖିଛି। ସୂତ୍ର ଅନୁଯାୟୀ, ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଆଞ୍ଚଳିକ ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରାଯିବ, ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ପ୍ରମୁଖ ଅତିଥି ରହିପାରନ୍ତି।
ତାରିକ ରହମାନଙ୍କ ସହ କଥା ହେଲେ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ତାରିକ ରହମାନଙ୍କ ସହ କଥା ହୋଇଥିବା ନେଇ ସୂଚନା ସାର୍ବଜନୀନ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ପୁଣି ଥରେ ସୁଦୃଢ଼ ହେବା ନେଇ ଆଶା ରହିଛି। ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟ କରି ସେ ତାରିକ୍ ରହମାନଙ୍କ ସହିତ କଥା ହେବା ସହିତ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିବା ସୂଚନା ଦେଇଥିଲେ। ଯଦି ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ ମିଳେ ଓ ସେ ଏହାକୁ ଗ୍ରହଣ କରନ୍ତି ତାହା ହେଲେ ବାଂଲାଦେଶର ନୂଆ ନେତୃତ୍ବରେ ଦୁଇ ଦେଶ ସମ୍ପର୍କରେ ଉନ୍ନତି ଆସିବ ବୋଲି ଅନୁମାନ କରାଯାଉଛି। ତେବେ ରହମାନଙ୍କ ଶପଥ ଗ୍ରହଣ ଉତ୍ସବ ତାରିଖ ତଥା ନିମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।
ଆହୁରି ପଢନ୍ତୁ -Rahul Gandhi Criticize: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ କପାଚାଷୀ ଓ ବୟନ ଶିଳ୍ପ ପ୍ରସଙ୍ଗ ଉଠାଇଲେ ରାହୁଲ, ସରକାରଙ୍କୁ କଲେ ସମାଲୋଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/bangladeshjpg-2026-02-14-16-28-26.jpeg)