ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ସଂକଟାପନ୍ନ

ଗୌହାଟୀ : କିଛି ଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିବା ସୂଚନା ମିଳିଛି । ତାଙ୍କର କେତେକ ଅଂଗ କାମ କରୁନଥିବା ଆସାମର ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା କହିଛନ୍ତି ।

କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଯିବାରୁ ଗତ ୨ ତାରିଖରୁ ତାଙ୍କୁ ଗୁଆହାଟୀ ମେଡିକାଲ କଲେଜରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ।

ସମ୍ବନ୍ଧିତ ଖବର