ଭାରତ-ପାକ୍‌ ଲଢୁଆ ବିମାନଯୁଦ୍ଧକୁ ନିଜ ଆଖିରେ ଦେଖିଥିବା ତରବିନ୍ଦର ସିଂହ ନିଜର ଅନୁଭୂତି ବଖାଣିଲେ

ନୂଆଦିଲ୍ଲୀ: ଭାରତ-ପାକ୍‌ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଭାରତର ସୀମାବର୍ତ୍ତୀ ଗାଆଁ ଲାମରେ ରହୁଥିବା ଜଣେ ଭାରତୀୟ ତରବିନ୍ଦର ସିଂହ କହିଛନ୍ତି ଯେ ସେ ନିଜ ଆଖିରେ ନିଜ ଘର ଉପରେ ଉଭୟ ଦେଶର ବାୟୁସେନାର ଲଢେଇ ଦେଖିଛନ୍ତି। ତରବିନ୍ଦର ସିଂହ କହିଛନ୍ତି ଯେ ଲଢୁଆ ବିମାନର ଶବ୍ଦ ଶୁଣି ସେ ଛାତ ଉପରକୁ ଯାଇଥିଲେ। ପ୍ରଥମେ ପ୍ରଥମେ ସେ ଭାବିଥିଲେ ଯେ ଏହା ବୋଧହୁଏ ଭାରତର ଲଢୁଆ ବିମାନ।

୫୦ ବର୍ଷୀୟ ତରବିନ୍ଦର ସିଂହ ଜଣେ ପଞ୍ଚାୟତ ସଦସ୍ୟ। ସେ କହିଛନ୍ତି ଯେ ଯେଉଁ ଲଢୁଆ ବିମାନ ଦେଖିବାକୁ ପାଇଥିଲେ,ତାହା ପାକିସ୍ତାନର ଥିଲା। ଏହାର କିଛି ମିନିଟ୍‌ପରେ ଏକ ବିମାନ ଗାଆଁଠାରୁ କିଛି କିଲୋମିଟର ଦୂରରେ ତଳେ ଦେଖିବାକୁ ମିଳିଥିଲା। ତରବିନ୍ଦର ଙ୍କ ଗାଆଁ ନୌ ସରା ସେକ୍ଟରର ସୀମାଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ। ଉଭୟ ପକ୍ଷରୁ ଦୁଇଟି ଲଢୁଆ ବିମାନ ଆସିଥିଲା। ତା’ପରେ ସେହି ପାକ୍‌ ଲଢୁଆ ବିମାନକୁ ପଛପଟୁ ଘେରି ଥିଲା ଭାରତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଗାଆଁରୁ ପ୍ରାୟ ୫ କିଲୋମିଟର ଦୂରରେ ବିମାନ ଦୁର୍ଘଟଣା ହୋଇଗଲା। ତେବେ ସେହି ବିମାନ ଭାରତରେ ପଡିଲା କି ପାକିସ୍ତାନ ଆଡ଼େ ପଡିଲା ,ତାହା ଜାଣି ପାରିନଥିଲେ ବୋଲି ତରବିନ୍ଦର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର