ମୁମ୍ବାଇ: ସମଗ୍ର ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଥିବାରୁ ଦିନେ ଦୁଇଦିନ ଭିତରେ ସଂପୂର୍ଣ୍ଣ ଲକ୍ଡାଉନ୍ ସଂକ୍ରାନ୍ତ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। କୋଭିଡ୍ ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ ୧୪ ଦିନ ଲକ୍ଡାଉନ୍ କରିବା ପାଇଁ କହିଥିଲେ। ସଂକ୍ରମଣ ଚେନ୍କୁ ଭାଙ୍ଗିବା ପାଇଁ ସଂପୂର୍ଣ୍ଣ ଲକ୍ଡାଉନ୍ ଜରୁରୀ ବୋଲି ଟାସ୍କଫୋର୍ସ ବିଶେଷଜ୍ଞମାନେ କହିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ଏ ବାବଦରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ। ରାଜ୍ୟରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଏବେ ସମସ୍ୟା ଉପୁଜିଛି ଏବଂ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ମୁତାବକ ଶଯ୍ୟା ଉପଲବ୍ଧ ହୋଇପାରୁ ନାହିଁ। ଅକ୍ସିଜେନ୍ ଯୋଗାଣ ଅଭାବ ମଧ୍ୟ ସମସ୍ୟା ବଢ଼ାଇଲାଣି। ରାଜ୍ୟରେ ବିଗତ ୨୪ ଘଣ୍ଟାରେ ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। କେବଳ ମୁମ୍ବାଇରେ ଦିନକରେ ୯୨୦୦ ଲୋକ ସଂକ୍ରମିତ ହୋଇଛନ୍ତି।
ମହାରାଷ୍ଟ୍ରରେ ୨ ସପ୍ତାହ ସଂପୂର୍ଣ୍ଣ ଲକ୍ଡାଉନ୍ ପାଇଁ ଟାସ୍କଫୋର୍ସର ପ୍ରସ୍ତାବ
ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ: ଠାକ୍ରେ
/sambad/media/post_attachments/wp-content/uploads/2021/04/xf4h98f47hfsh4fs56h4f5s6h4fshfsfshfshshfsfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)