ନାଁ ନ ନେଇ ପ୍ରିୟଙ୍କାଙ୍କ ଛୁଆକୁ ‘ରେଡ଼ିମେଡ଼ ବେବି’ କହି ବିବାଦରେ ଫସିଲେ ତସଲିମା

ନୂଆଦିଲ୍ଲୀ: ‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଶୁକ୍ରବାର ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ । ୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍‌ଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ତେବେ ପ୍ରସିଦ୍ଧ ଲେଖିକା ତସଲିମା ନାସରିନଙ୍କ ସରୋଗେସି ବିଷୟରେ ଏକ ଟ୍ୱିଟ ଏବେ ବିବାଦ ସୃଷ୍ଟି କରିଛି |

ସରୋଗେସି ଉପରେ ଚାଲିଥିବା ଆଲୋଚନା ମଧ୍ୟରେ ଲେଖିକା ଏହି ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି ଏବଂ ସରୋଗେସି ମାଧ୍ୟମରେ ମାତୃତ୍ୱ ହାସଲ କରୁଥିବା ମାତାମାନଙ୍କ ଭାବନା ଉପରେ ପ୍ରଶ୍ନ କରିଥିଲେ | ତେବେ ସୋସିଆଲ ମିଡିଆ ୟୁଜର୍ସମାନେ ଲେଖିକାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ତସଲିମା ନସରିନ ଟ୍ୱିଟ୍ କରି କହିଛନ୍ତି, “ସରୋଗେସି ମାଧ୍ୟମରେ ଯେତେବେଳେ ରେଡ଼ିମେଡ଼ ଛୁଆ ମା’ମାନେ ପାଇଥାନ୍ତି, ସେତେବେଳେ ସେମାନେ କିପରି ଅନୁଭବ କରନ୍ତି?


ଛୁଆ ଜନ୍ମ କରୁଥିବା ମା ମାନଙ୍କର ଭାବନା ଭଳି ସରୋଗେସି ପିଲାମାନଙ୍କ ପାଇଁ ମଧ୍ୟ ସମାନ ଭାବନା ମା ମାନଙ୍କର ରହିଥାଏ କି? ସେ ଲେଖିଛନ୍ତି, “ଗରିବ ମହିଳାଙ୍କ ହେତୁ ସରୋଗେସି ସମ୍ଭବ। ଧନୀ ଲୋକମାନେ ସର୍ବଦା ନିଜ ସ୍ୱାର୍ଥ ପାଇଁ ସମାଜରେ ଦାରିଦ୍ର୍ୟ ଦେଖିବାକୁ ଚାହାଁନ୍ତି। ଯଦି ଆପଣ ଏକ ସନ୍ତାନକୁ ପାଳନ କରିବାକୁ ଚାଁହୁଛନ୍ତି, ତେବେ ଅନାଥ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର