ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ଜଣେ ମହିଳାଙ୍କ ଅଧା ପୋଡିଯାଇଥିବା ମୃତଦେହ ଚିହ୍ନଟ କରାଯାଇଛି। ପରିବାର ସଦସ୍ୟମାନେ ହାତରେ ଥିବା ଟାଟୁରୁ ମୃତଦେହ ଚିହ୍ନଟ କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଆଉ ଏଥିପାଇଁ ପ୍ରେମିକ ହିଁ ତାଙ୍କୁ ହତ୍ୟା କରିଥିବାର ପୁଲିସ କହିଛି | ପୁଲିସର ସୂଚନା ମୁତାବକ ଦେଓଘରର ପୱନ ଚୌଧୁରୀଙ୍କ ସହ ଉକ୍ତ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା | ସେ ବିବାହିତା ଥିଲେ ବି ପ୍ରେମରେ ପଡ଼ିଥିଲେ | ୭ ଦିନ ତଳେ ପ୍ରେମିକ ତାଙ୍କୁ ବୁଲାଇବାର ବାହାନା କରି ଏକ ବାଇକରେ ମଶାନଜୋର ଡ୍ୟାମକୁ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିବା ବେଳେ ତାଙ୍କ ପ୍ରେମିକାଙ୍କୁ ଜଙ୍ଗଲରେ ଗଳା କାଟି ହତ୍ୟା କରିଥିଲେ। ପ୍ରମାଣ ଲୁଚାଇବା ପାଇଁ ସେ ବାଇକରୁ ପେଟ୍ରୋଲ ବାହାର କରି ମୃତଦେହରେ ଛିଞ୍ଚି ନିଆଁ ଲଗାଇ ପଳାଇଥିଲେ। ତେବେ ଏନେଇ ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିଲା |
ଯଦିଓ ମୃତଦେହ ଅଧା ଜଳିଯାଇଥିଲା, କିନ୍ତୁ ପ୍ରେମିକାଙ୍କ ହାତରେ ଥିବା ଟାଟୁ ପୁଲିସର ସନ୍ଦେହ ବଢ଼ାଇଥିଲା | ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକଙ୍କ ନାମକୁ ହାତରେ ଟାଟୁ କରିଥିଲେ। ପରିବାର ସଦସ୍ୟଙ୍କ ସହାୟତାରେ ଅଧା ଜଳିଯାଇଥିବା ମୃତଦେହକୁ ପୁଲିସ ଚିହ୍ନଟ କରିଥିଲା । ମୃତଦେହ ଚିହ୍ନଟ କରିବା ପରେ ଅଭିଯୁକ୍ତ ପୱନ ଚୋୖଧୁରୀଙ୍କୁ ପୁଲିସ ଗିରଫ କରିଛି। ଏସପି ପିତାମ୍ବର ସିଂ ଏହି ସମ୍ବେଦନଶୀଳ ଘଟଣାକୁ ନେଇ କହିଛନ୍ତି ଯେ। ସେ କହିଛନ୍ତି ଯେ ଅଗଷ୍ଟ ୯ ତାରିଖ ସକାଳେ ଗ୍ରାମବାସୀ ଜଙ୍ଗଲରେ ମହିଳାଙ୍କ ଅଧା ଜଳିଯାଇଥିବା ମୃତଦେହ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଫୋରେନସିକ୍ ଟିମ୍ ସହିତ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନଥିଲା । ତେବେ ମହିଳାଙ୍କ ହାତରେ ଥିବା ଟାଟୁ ସାହାଯ୍ୟରେ ପୁଲିସ ହତ୍ୟାକାଣ୍ଡର ରହସ୍ୟ ସମାଧାନ କରିବାରେ ସଫଳ ହୋଇଥିଲା। ପୁଲିସ ଟାଟୁରୁ ପ୍ରେମିକକୁ ଧରିଥିଲା | ପଚରାଉଚୁରା ପରେ ସେ ହିଁ ହତ୍ୟା କରିଥିବାର ସ୍ୱୀକାର କରିଥିଲା |