ଚାଲାଣ କଟିବାରୁ ରାସ୍ତା ମଝିରେ ସ୍ତ୍ରୀ ଓ ପିଲାମାନଙ୍କ ସହ ବସିଗଲେ ଟାକ୍ସି ଚାଳକ

ନୂଆଦିଲ୍ଲୀ : ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠାରୁ ଦେଶର ବିଭିନ୍ନ କୋଣରେ ଚାଲାଣ କଟିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଭାରୀ ଜରିମାନା ଲାଗିବା ପରେ କିଏ ଗାଡ଼ି ଛାଡ଼ି ପଳାଉଥିଲା ତ କିଏ ନିଜ ଗାଡ଼ିରେ ନିଆଁ ଲଗାଇ ଦେଉଥିଲା । ଏବେ ଦ୍ୱାରକା ସେକ୍ଟର-୧ରେ ସେଭଳି ଏକ ଘଟଣା ଘଟିଛି । ଚାଲାଣ କଟିବାରୁ ଜଣେ ଟାକ୍ସି ଚାଳକ ନିଜ ପରିବାର ସହ ରାସ୍ତା ମଝିରେ ଧାରଣାରେ ବସି ପଡ଼ିଥିଲେ, ଯାହା ଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇ ଯାଇଥିଲା ବୋଲି ଜଣାପଡ଼ିଛି । ପରିସ୍ଥିତି ଅସମ୍ଭାଳ ହେବା ପରେ ବରିଷ୍ଠ ପୁଲିସକର୍ମୀ ସେଠାରେ ପହଞ୍ଚି ସମସ୍ୟାର ସମାଧାନ କରିଥିଲେ ।

जान देने की धमकी दी
oneindia.com

ସୂଚନା ମୁତାବକ, ଅକ୍ଟୋବର ୨ରେ ଟାକ୍ସି ଚାଳକ ମନୀଷ ନିଜ ଗାଡ଼ି ନେଇ ସିଗ୍‌ନାଲ ପାର୍‌ କରୁଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇ ତାଙ୍କର ଚାଲାଣ କାଟିଥିଲେ । ରେଡ୍‌ ଲାଇଟ୍‌ ହେବା ପରେ ସିଗ୍‌ନାଲ ପାର୍‌ କରିଥିବାରୁ ଟ୍ରାଫିକ ପୁଲିସ ତାଙ୍କର ଚାଲାଣ କାଟିଥିବା ବେଳେ ରେଡ୍‌ ଲାଇଟ୍‌ ହେବାର ୭ସେକେଣ୍ଟ ପୂର୍ବରୁ ସିଗ୍‌ନାଲ ପାର୍‌ କରିଥିବା କଥା କହିଥିଲେ ମନୀଷ। ଟ୍ରାଫିକ ପୁଲିସ କିଛି ନ ଶୁଣିବାରୁ ସେ ପୁଲିସ ଷ୍ଟେସନରେ ଅଭିଯୋଗ ଦେଇ ଘରକୁ ଫେରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ରବିବାର ସକାଳେ ନିଜ ପରିବାର ସହ ରାସ୍ତା ମଝିରେ ଆସି ବସି ଧାରଣା ଦେଇଥିଲେ ମନୀଷ । ଧିରେ ଧିରେ ରାସ୍ତା ଜାମ୍‌ ହେବାରୁ ପୁଲିସକର୍ମୀ ତାଙ୍କୁ ବୁଝାଇ ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଉଠିବି ନାହିଁ ବୋଲି କହିଥିଲେ ମନୀଷ । ପ୍ରାୟ ୧ଘଣ୍ଟା ପରେ ବରିଷ୍ଠ ପୁଲିସକର୍ମୀ ଘଟଣାସ୍ଥଳରେ ପହଞ୍ଚି ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେବାରୁ ମନୀଷ ରାସ୍ତାରୁ ଉଠିବାକୁ ରାଜି ହୋଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର