ହାଇଦ୍ରାବଦ/ ନୂଆଦିଲ୍ଲୀ: ଗୋଟେପଟେ ୨୦୧୯ ଲୋକସଭା ନିର୍ବାଚନ ଓ ଅନ୍ୟପଟେ ୨୦୧୯- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟି- ଟେ୍ଵଣ୍ଟି କ୍ରିକେଟକୁ ନେଇ ସମଗ୍ର ଦେଶର ବାତାବରଣ ଏବେ ବେଶ୍ ସରଗରମ ହୋଇ ଉଠିଛି। ତେବେ, ଦେଶର ନିର୍ବାଚନୀ ଉଷ୍ମତା କିନ୍ତୁ କ୍ରିକେଟ ପ୍ରେମୀମାନଙ୍କର ଆଗ୍ରହ, ଉତ୍ସାହ, ଉତ୍କଣ୍ଠା ଓ ଉଦ୍ଦୀପନାକୁ ହ୍ରାସ କରିପାରି ନାହିଁ। ଏହି ଘଟଣାର ପ୍ରମାଣ ଦେଖିବା ପାଇଁ ମିଳିଛି ହାଇଦ୍ରାବାଦରେ।
ଆଇପିଏଲ୍ ଟି- ୨୦ର ଏକ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ଓ କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ (କେଏକ୍ସଆଇପି) ମଧ୍ୟରେ ଚାଳିଥିବା ବେଳେ ହାଇଦ୍ରାବାଦର ଏକ ଟ୍ୟାକ୍ସିର ଛାତରେ ଲାଗିଥିବା ଏକ ସ୍କୋରବୋର୍ଡରୁ ଲାଇଭ୍ ସ୍କୋର ପ୍ରଦର୍ଶିତ ହେଉଥିଲା।
When cricket is life ?❤
(via r/india) pic.twitter.com/ZZLSCkmXmV— ICC (@ICC) April 7, 2019
‘ଯେତେବେଳେ କ୍ରିକେଟ ହେଉଛି ଜୀବନ’ (ହେ୍ଵନ୍ କ୍ରିକେଟ ଇଜ୍ ଲାଇଫ୍) ବୋଲି ଏକ କ୍ୟାପସନ୍ ଲେଖି ଆଇସିସି ଏହି ଟ୍ୟାକ୍ସିର ଫଟୋକୁ ନିଜର ଟୁଇଟର ହାଣ୍ଡଲରେ ପୋଷ୍ଟ କରିବା ପରେ ଏହା ଏବେ ଭାଇରାଲ ହୋଇଯାଇଛି। ଅନେକ ଟୁଇଟର ବ୍ୟବହାରକାରୀ ଏହି ପୋଷ୍ଟକୁ ପସନ୍ଦ କରିବା ସହ ଏହା ମନ୍ତବ୍ୟ ରଖିବାକୁ ଯାଇ ଲେଖିଛନ୍ତି, ‘ଏହା କେବଳ ଭାରତରେ ହିଁ ସମ୍ଭବ’ (ଇଟ୍ ହାପନ୍ସ ଓନ୍ଲି ଇନ୍ ଇଣ୍ଡିଆ); ‘ଯେଉଁଠାରେ କ୍ରିକେଟ ହେଉଛି ଧର୍ମ’ (ହେ୍ଵନ୍ କ୍ରିକେଟ ଇଜ୍ ରିଲିଜିଅନ୍)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Cri.jpg)