ଚନ୍ଦ୍ରବାବୁଙ୍କୁ ଧକ୍କା ! ବିଜେପିରେ ମିିଶିଲା ରାଜ୍ୟସଭାରେ ଟିଡିପି ସଂସଦୀୟ ଦଳ

ନୂଆଦିଲ୍ଲୀ : ଆଜି ଟିଡିପି ଛାଡିଥିବା ୪ ଜଣ ରାଜ୍ୟସଭା ଏମପି ବିଜେପିରେ ମିଶିଛନ୍ତି । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି । ଆହୁରି ମଧ୍ୟ ରାଜ୍ୟସଭାରେ ଟିଡିପିର ସଂସଦୀୟ ଦଳର ବିଜେପିରେ ବିଲୟ ହୋଇଛି । ବିଜେପି ସେମାନଙ୍କ ମିଶ୍ରଣ ପ୍ରସ୍ତାବକୁ ସ୍ୱୀକାର କରିଛି ବୋଲି ନଡ୍ଡା କହିଛନ୍ତି ।

ଟିଡିପି ଛାଡିଥିବା ଏହି ୪ ଜଣ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ଵାଇଏସ ଚୌଧୁରୀ, ସିଏମ ରମେଶ, ଟିଜି ଭେଙ୍କଟେଶ ଓ ଜି. ମୋହନ ରାଓ । ଏହା ଫଳରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । କାରଣ ଦଳଛାଡିଥିବା ସଦସ୍ୟମାନେ ନାଇଡୁଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ଏହି ୪ ଜଣ ରାଜ୍ୟସଭା ସଦସ୍ୟ ଦଳ ଛାଡିବା ପରେ ଟିଡିପିରେ ସଂକଟ ବଢିଯାଇଛି । କାରଣ ଲୋକସଭାରେ ଟିଡିପିର ମାତ୍ର ୩ଜଣ ସଦସ୍ୟ ଅଛନ୍ତି । ସେହିପରି ରାଜ୍ୟ ବିଧାନସଭାରେ ଏହାର ମାତ୍ର ୨୩ ବିଧାୟକ ଅଛନ୍ତି ।

ଅନ୍ୟପକ୍ଷରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏହାକୁ ବିଜେପିର ଷଡଯନ୍ତ୍ର ବୋଲି କହିଛନ୍ତି । ତେବେ ସଂକଟ ଦଳ ପାଇଁ ନୂଆ ନୁହେଁ, ଦଳର ସଦସ୍ୟମାନେ ଏହି ଘଟଣାକୁ ନେଇ ହତୋତ୍ସାହିତ ନୁହନ୍ତି ବୋଲି ନାଇଡୁ କହିଛନ୍ତି ।

ସମ୍ବନ୍ଧିତ ଖବର