ଦର ବଢ଼ାଇଲା ରେଳବାଇ: ଏବେ ଟ୍ରେନ୍‌ରେ ଦିଆଯାଉଥିବା ଚା ଓ କଫିର ମୂଲ୍ୟ ୧୦ ଟଙ୍କା

ନୂଆଦିଲ୍ଲୀ: ଟ୍ରେନ୍‌ରେ ପରିବେଷଣ କରାଯାଉଥିବା ଚା ଓ କଫିର ମୂଲ୍ୟ ୭ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳବାଇ। ରେଳରେ ଦିଆଯାଉଥିବା ମିଲ୍‌ସ୍‌ର ତରିଫ୍‌ ଓ ମେନୁକୁ ସମୀକ୍ଷା କରିବା ପରେ ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟେରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌ ନୂତନ ମୂଲ୍ୟ ବୃଦ୍ଧି କଥା ଘୋଷଣା କରିଛି।

ସେପ୍ଟେମ୍ବର ୧୮ ତାରିଖରେ ରେଳବାଇ ବୋର୍ଡ ଇସ୍ୟୁ କରିଥିବା ସର୍କ୍ୟୁଲାର୍‌ରେ ଉଲ୍ଲେଖ ଅଛି: ଚା ଓ କଫିର ମୂଲ୍ୟ ସଂଶୋଧିତ ହୋଇ କପ୍‌ ପିଛା ୧୦ଟଙ୍କାରେ ଧାର୍ଯ୍ୟ କରାଗଲା। କିନ୍ତୁ, ଷ୍ଟାଣ୍ଡାଡ୍‌ର୍ ଚା ( ଡିପ୍‌ ଚା ନୁହେଁ) ୫ ଟଙ୍କାରେ ମିଳିବ। ସେହି ଅନୁସାରେ ଲାଇସେନ୍‌ସ୍‌ର ଦର ପରିବର୍ତ୍ତନ କରି ଆବଶ୍ୟକ ଅନୁସାରେ ଦର୍‌ ନିର୍ଦ୍ଧାରଣ କରିବାକୁ ବୋର୍ଡ କହିଛି। ପଣ୍ଟ୍ରି କାର୍‌ ଥିବା ପ୍ରାୟ ୩୫୦ ଟ୍ରେନ୍‌ରେ ଆଇଆର୍‌ସିଟିସି କାର୍ଟର୍‌ କରୁଛି। ରାଜଧାନୀ ଓ ଶତାବ୍ଦୀ ଟ୍ରେନ୍‌ରେ ଖାଦ୍ୟ ପ୍ୟାକେଟ୍‌ ପ୍ରିପେଡ୍‌ ଥିବାରୁ ତାହାର ମୂଲ୍ୟ ପରିବର୍ତ୍ତନ କରାଯିବ ନାହିଁ।

ଭେଣ୍ଡର୍‌ମାନେ କଫି ଓ ଚା’ର ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉଛନ୍ତି ବୋଲି ଅଭିଯୋଗ ହେବାରୁ ରେଳବାଇ ବୋର୍ଡ ଦାମ୍‌ ସଂଶୋଧନ କଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର