ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ ଇସ୍ତଫା ପରେ ଏହି ପଦବୀ ଦୌଡ଼ରେ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଶନିବାର ଋଷିଙ୍କୁ ଦେଖା କରିବାକୁ ସାମ୍ବାଦିକମାନେ ଅପେକ୍ଷା କରିଥିବା ବେଳେ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ସେମାନଙ୍କୁ ଏମା ଲାସି ବ୍ରାଣ୍ଡ୍ର କପ୍ରେ ଚା ସହ ବିସ୍କୁଟ ପରଷିଥିଲେ। ଏହି ବ୍ରାଣ୍ଡ୍ର ପ୍ରତ୍ୟେକ କପ୍ର ଦାମ୍ ୩୮ ପାଉଣ୍ଡ ବା ପ୍ରାୟ ୩,୬୦୦ ଟଙ୍କା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ମୂର୍ତ୍ତି ସମାଲୋଚନାର ଶରବ୍ୟ ହୋଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତିଙ୍କ କନ୍ୟା।
ସାମ୍ବାଦିକଙ୍କୁ ଦାମୀ କପ୍ରେ ଚା ପରଷି ସୁନକଙ୍କ ସ୍ତ୍ରୀ ସମାଲୋଚିତ
/sambad/media/post_attachments/wp-content/uploads/2022/07/dgdagdagdadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)