ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

ନୂଆଦିଲ୍ଲୀ : ରାଜନୈତିକ ଧର୍ମନିର‌ପେକ୍ଷବାଦ ଭାରତର ମୁସଲମାନଙ୍କ ସମସ୍ୟା ବଢ଼ାଇଛି ବୋଲି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ମନ୍ତବ୍ୟ ଉପରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ରାହୁଲ ଏ ସଂପର୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଶିଖାନ୍ତୁ। କାରଣ ଯେତେବେଳେ ରାଜସ୍ଥାନରେ ଜୁନେଦ୍ ଏବଂ ନାସିରଙ୍କୁ ହତ୍ୟା କରାଗଲା ସେତେବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଗେହଲଟଙ୍କୁ ୧୫ ଦିନ ସମୟ ଲାଗିଗଲା। ଅନ୍ୟମାନଙ୍କୁ ୫୦ ଲକ୍ଷ ସହାୟତା ଦିଆଯାଉଥିବାବେଳେ ମୁସଲମାନମାନଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ବୋଲି ଅୱେସି କହିଛନ୍ତି।

ସମ୍ବନ୍ଧିତ ଖବର