ମୁମ୍ବାଇ: ମୁମ୍ବାଇର ଏକ ବଡ଼ ସ୍କୁଲ୍ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍କୁଲ୍ର ଜଣେ ଶିକ୍ଷୟିତ୍ରୀ ବର୍ଷକ ମଧ୍ୟରେ ତାଙ୍କର ଜଣେ ଛାତ୍ରକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଶିକ୍ଷୟିତ୍ରୀ ପଞ୍ଚତାରକା ହୋଟେଲ ସମେତ ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ଏବଂ ପୀଡିତାଙ୍କୁ ଆଣ୍ଟିଡିପ୍ରେସାଣ୍ଟ ଔଷଧ ଦେବାର ମଧ୍ୟ ଅଭିଯୋଗ ହୋଇଛି।
ଗୁରୁତର ଯୌନ ନିର୍ଯାତନା ପାଇଁ ଶିକ୍ଷୟିତ୍ରୀଙ୍କୁ ପୋକ୍ସୋ ଏବଂ କିଶୋର ନ୍ୟାୟ ଆଇନର ଧାରା ଅନୁଯାୟୀ ଗିରଫ କରାଯାଇଛି ଏବଂ ଦାଦର ପୁଲିସ ତାଙ୍କୁ ହେପାଜତରେ ରଖିଛି।
ଉଚ୍ଚ ମାଧ୍ୟମିକ ପରୀକ୍ଷା ପରେ ଶିକ୍ଷୟିତ୍ରୀ ତାଙ୍କ ଗୃହ ସହାୟକଙ୍କୁ ତାଙ୍କ ଘରକୁ ପଠାଇ ସାକ୍ଷାତ ପାଇଁ କହିବାରୁ ଶେଷରେ ଛାତ୍ର ଜଣକ ତାଙ୍କ ପିତାମାତାଙ୍କୁ ଜଣାଇଥିଲେ।
କୋଲକାତାର ଏକ ଆଇନ କଲେଜର ଗାର୍ଡଙ୍କ ରୁମରେ ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ପୂରା ଥମିନଥିବା ବେଳେ ଏଭଳି ଆଉ ଏମ ମାମଲା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।
କୋଲକାତା ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଏବଂ ପୂର୍ବତନ ତୃଣମୂଳ ଛାତ୍ର ନେତା ମନୋଜିତ ମିଶ୍ରଙ୍କ ବିରୋଧରେ ବିଭିନ୍ନ ମହଲରେ ବିରୋଧଭାବ ପ୍ରଦର୍ଶନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/02/new-project-2025-07-02-15-13-35.jpg)