ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ପ୍ରାଥମିକ ସ୍କୁଲ୍ରେ ଆଜି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ କଇଁଚିରେ ଆକ୍ରମଣ କରିବାପରେ ତାଙ୍କୁ ସ୍କୁଲ୍ର ପ୍ରଥମ ମହଲାରୁ ତଳକୁ ଠେଲି ଦେଇଛନ୍ତି। ଏହି ଅଭିଯୋଗରେ ସ୍କୁଲ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଛି। କେନ୍ଦ୍ରୀୟ ଦିଲ୍ଲୀର ମଡେଲ ବସ୍ତି ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟରେ ଆଜି ଏହି ଘଟଣା ଘଟିଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ସ୍କୁଲ୍ ପରିସରରେ ପହଞ୍ଚି ଏହାର ବିରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସ୍କୁଲ୍ ଶିକ୍ଷକ ଗୀତା ଦେଶୱାଲ ପ୍ରଥମେ ଛାତ୍ରୀଙ୍କୁ ଏକ କଇଁଚିରେ ଆକ୍ରମଣ କରିଥିଲେ ଏବଂ ଏହାପରେ ସେ ତାଙ୍କୁ ସ୍କୁଲ୍ କୋଠାର ପ୍ରଥମ ମହଲାରୁ ଠେଲି ଦେଇଥିଲେ। ଛାତ୍ରୀ ଜଣଙ୍କ ଏବେ ହିନ୍ଦୁ ରାଓ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ଡିସିପି (କେନ୍ଦ୍ରୀୟ) ଶ୍ବେତା ଚୌହାନ କହିଛନ୍ତି, ଆଇପିସିର ଧାରା ୩୦୭ ଅଧୀନରେ ଏନେଇ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।