ଧନ୍ୟ ଏ ଶିକ୍ଷକ ! ବହି ଦେଖି ବି ପରୀକ୍ଷାରେ ଲେଖିପାରିଲେନି ଉତ୍ତର

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଶିକ୍ଷକଙ୍କ ମଧ୍ୟରେ ହୋଇଥିବା ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଛି | ଏଥିରେ ୭୦ ଜଣ ଶିକ୍ଷକ କପି ବା ନକଲ କରି ବି ପାସ ହୋଇପାରିନାହାନ୍ତି | ଏହି ୭୦ ଜଣ ଶିକ୍ଷକ ୩୩ ପ୍ରତିଶତ ମାର୍କ ମଧ୍ୟ ଆଣିପାରିନାହାନ୍ତି | ହାଇସ୍କୁଲରେ ୩୩ ପ୍ରତିଶତ ମାର୍କ ଦେଉଥିବା ଶିକ୍ଷକମାନଙ୍କର ଜୁନ ମାସରେ ପରୀକ୍ଷା ହୋଇଥିଲା | ଏଥିରେ ପ୍ରାୟ ୧୩୦୦ ଜଣ ଶିକ୍ଷକ ଫେଲ ହୋଇଯାଇଥିଲେ |

The Hans India

ଏହି ଶିକ୍ଷକମାନଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଇଥିଲା | ଅକ୍ଟୋବର ୧୪ ତାରିଖରେ ଦ୍ଵିତୀୟ ଥର ପାଇଁ ପରୀକ୍ଷା ହୋଇଥିଲା | ଏହି ପରୀକ୍ଷାରେ ଶିକ୍ଷକମାନଙ୍କୁ ବହି ନେବା ପାଇଁ ବି ଅନୁମତି ଦିଆଯାଇଥିଲା |

ପରୀକ୍ଷାରେ ୧୨୫୪ ଜଣ ଶିକ୍ଷକ ଉପସ୍ଥିତ ଥିବାବେଳେ ୧୧୭ ଜଣ ଶିକ୍ଷକ ଅନୁପସ୍ଥିତ ଥିଲେ | ଯେତେବେଳେ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଥିଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା | ଏହି ପରୀକ୍ଷାରେ ୭୦ ଜଣ ଶିକ୍ଷକ ପୁଣି ଥରେ ଫେଲ ହୋଇଯାଇଥିଲେ | ତେବେ ଏହି ଶିକ୍ଷକମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି |

ସମ୍ବନ୍ଧିତ ଖବର