ଛଅ ବର୍ଷିୟ ବାଳକକୁ ଆତଙ୍କବାଦୀ ଭାବି କ୍ଲାସ୍ ଛାଡ଼ି ପଳାଇଲେ ଶିକ୍ଷକ
ହଷ୍ଟନ୍: କ୍ଲାସ୍ରୁମ୍ରେ ‘ଆଲ୍ଲା’ ଏବଂ ‘ବୁମ୍’ ବୋଲି ଥରକୁ ଥର କହିବାରୁ ଜଣେ ଛଅ ବର୍ଷିୟ ମୁସଲମାନ ବାଳକକୁ ଆତଙ୍କବାଦୀ ଭାବି ତା’ର ଶିକ୍ଷକ ଡରି ଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହମ୍ମଦ ସୁଲେମାନ୍ ଜନ୍ମରୁ ଡାଉନ୍ ସିଣ୍ଡ୍ରୋମ୍ ରୋଗରେ ପୀଡ଼ିତ। ସେଥିଯୋଗୁଁ ତା’ର ମାନସିକ ବିକାଶ ଘଟୁ ନ ଥିବା କଥା ତା’ର ବାପା କହିଛନ୍ତି। ସେ କଥା ମଧ୍ୟ କହି ପାରେ ନାହିଁ।
ସେ କହିଛନ୍ତି ଯେ ଏଲିମେଣ୍ଟାରି ସ୍କୁଲ୍ରେ ତାଙ୍କ ପୁଅର ନିୟମିତ ଶିକ୍ଷକ ସ୍କୁଲ୍ ଛାଡ଼ି ପଳାଇଥିଲେ। ତାଙ୍କ ବଦଳରେ କ୍ଲାସ୍କୁ ଆସିଥିବା ଅନ୍ୟ ଜଣେ ଶିକ୍ଷକ ପଲ୍ଲାଣ୍ଡ୍ ପୁଲିସକୁ ଡାକି ତାଙ୍କ ପୁଅ କଥା କହିଥିଲେ। ମହମ୍ମଦ କଥା କହି ପାରେ ବୋଲି ସେ ଶିକ୍ଷକ ପୁଲିସ ଆଗରେ କହିଥିଲେ।
ଏଭଳି ଅଭିଯୋଗରେ ଚିଡ଼ି ଯାଇ ମହମ୍ମଦଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅ ଆଦୌ କଥା କହି ପାରେ ନାହିଁ। ତାଙ୍କର ମାନସିକ ଅବସ୍ଥା ଜଣେ ବର୍ଷିକିଆ ପିଲାର ମତିଗତି ପରି। ସେମାନେ ଦାବି କରୁଛନ୍ତି ସେ ଗୋଟାଏ ଆତଙ୍କବାଦୀ। ଏହା ନିର୍ବୋଧପଣିଆ। ଏହାକୁ ଶତପ୍ରତିଶତ ବିଦ୍ୱେଷ ବୋଲି କହିହେବ।
ତଦନ୍ତ ଶେଷ କରିବା ପରେ ପଲ୍ଲାଣ୍ଡ୍ ପୁଲିସ କହିଛି କି ଏଥିପାଇଁ କୌଣସି କାର୍ଯ୍ୟନୁଷ୍ଠା ଅନାବଶ୍ୟକ। କିନ୍ତୁ ଚାଇଲ୍ଡ୍ ପ୍ରୋଟେକ୍ଟିଭ୍ ସର୍ଭିସେସ୍ ଡିପାର୍ଟମେଣ୍ଟ୍ ଚଳାଇଛି।