ତାମିଲ୍‌ନାଡୁରେ ଛାତ୍ରୀଙ୍କୁ ପାଇଖାନା ସଫା କରିବାକୁ କହିଲେ ଶିକ୍ଷୟିତ୍ରୀ

ଚେନ୍ନେଇ: ସେସିଆଲ୍‌ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ପୁଣି ଥରେ ତାମିଲ୍‌ନାଡୁର ସରକାରୀ ସ୍କୁଲରେ ଚାଲିଥିବା ଅନିୟମିତତାକୁ ପଦାରେ ପକାଇଛି । ଏହି ଭିଡିଓରେ ଦେଖାଯାଇଛି କି ଦୁଇ ଜଣ ସ୍କୁଲ ଛାତ୍ରୀ ସ୍କୁଲର ପାଇଖାନା ସଫା କରୁଛନ୍ତି । ଏହା ପୂର୍ବରୁ ତାମିଲ୍‌ନାଡ଼ୁର ଭେଲୋରର ଏକ ସ୍କୁଲର ଶିକ୍ଷକ କମ୍‌ ମାର୍କ ରଖିଥିବାରୁ ୪ ଜଣ ଛାତ୍ରୀଙ୍କୁ ଗାଳି କରିଥିଲେ । ଏହାକୁ ସହି ନ ପାରି ୪ଜଣ ଛାତ୍ରୀ କୁଅକୁ ଡ଼େଇଁ ଅତ୍ମହତ୍ୟା କରିଥିଲେ । ଏବେ ପୁଣି ଥରେ ସେହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲ୍‌ନାଡ଼ୁର ଥିରୁଭଲୁର୍‌ଠରେ ।

ସୂଚନା ଅନୁଯାୟୀ, “ଥିରୁଭଲୁର୍‌ରେ ଥିବା ଏକ ସ୍କୁଲର ଦୁଇ ଜଣ ଛାତ୍ରୀଙ୍କୁ ସ୍କୁଲର ଶିକ୍ଷୟିତ୍ରୀ ପାଇଖାନା ସଫା କରିବାକୁ ବାଧ୍ୟ କରିଥଲେ । ଯେଉଁମାନେ ବି ତାଙ୍କ କଥା ମାନୁ ନ ଥିଲେ ସେମାନଙ୍କୁ ଆଣ୍ଠୁଆ ବସାଇବା ସହ ତାଙ୍କ ମୁଣ୍ଡକୁ ମାରୁଥିଲେ । କିଛି ଦିନ ପୂର୍ବରୁ ଦୁଇ ଜଣ ଛାତ୍ରୀ ପାଇଖାନା ସଫା କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀଙ୍କର ଏଭଳି ବ୍ୟବହାର ପାଇଁ କିଛି ପିଲା ସ୍କୁଲ ଆସିବାକୁ ଡ଼ରୁଛନ୍ତି ବୋଲି ଥିରୁଭଲୁର୍‌ର ଭାରତୀୟ ଛାତ୍ର ସଂଘର ଜିଲ୍ଲା ସଚିବ କହିଛନ୍ତି । ଏ ନେଇ ସେ ଜିଲ୍ଲା କଲେକ୍ଟରଙ୍କୁ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ମୁଖ୍ୟ ଶିକ୍ଷା ଅଧିକାରୀ “ଏହି ଅଭିଯୋଗ ଉପରେ ଯାଞ୍ଚ କରିବା ସହ ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଚ୍ଚଅଧିକାରୀଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି” ବୋଲି କହିଛନ୍ତି।

ସେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଭଡିଓରେ ଦେଖାଯାଇଥିବା ଛାତ୍ରୀଙ୍କୁ ଏ ନେଇ ପଚରାଉଚରା କରାଯାଇଥିଲା । ତାଙ୍କୁ ଏପରି କରିବା ପାଇଁ ତାଙ୍କ ଶିକ୍ଷୟିତ୍ରୀ ବାଧ୍ୟ କରିଥିଲେ ବୋଲି ଛାତ୍ରୀ ଜଣଙ୍କ କହିଥିଲେ ।

ସମ୍ବନ୍ଧିତ ଖବର