ଶ୍ରେଣୀଗୃହରେ ଧୂମପାନ କରୁଥିବାର ଭିଡିଓ ଭାଇରାଲ୍‌ ହେବା ପରେ ଶିକ୍ଷକ ନିଲମ୍ବିତ

ସୀତାପୁର: ଶ୍ରେଣୀଗୃହ ମଧ୍ୟରେ ଧୂମପାନ କରୁଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ଭାଇରାଲ୍‌ ହେବା ପରେ ଉତ୍ତରପ୍ରଦେଶର ମହମୁଦାବାଦର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ ଅଜୟ କୁମାର ଶନିବାର ଦିନ କହିଥିଲେ: ଶିକ୍ଷକ ଶ୍ରେଣୀଗୃହ ମଧ୍ୟରେ ଧୂମପାନ କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଶିକ୍ଷକଙ୍କର ପରିଚିତି ବିଷୟରେ ନିଶ୍ଚିତ ହେବାକୁ ମୁଁ ଉପଖଣ୍ଡ ଶିକ୍ଷା ଅଧିକାରୀଙ୍କୁ ପଠାଇଛି। ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁହଁ ସହ ତାଙ୍କର ମୁହଁ ମେଳ ଖାଇଲେ ମୁଁ ତାଙ୍କୁ ନିଲମ୍ବନ କରିବି।

Representative Image

କୁମାର ଆହୁରି କହିଛନ୍ତି ଯେ ଶ୍ରେଣୀଗୃହ ଛାଡ଼ନ୍ତୁ, ଶିକ୍ଷକମାନେ ଆଦୌ ଧୂମପାନ କରିବା କଥା ନୁହେଁ। ଛାତ୍ରଛାତ୍ରୀମାନଙ୍କ ଉପରେ ଶିକ୍ଷକଙ୍କର ଖୁବ୍‌ ପ୍ରଭାବ ରହିଛି। ସେମାନେ ଆଦୌ ଧୂମପାନ କରିବା କଥା ନୁହେଁ।

ପରେ ସେ ପୁଣି କହିଛନ୍ତି ଯେ ଭିଡିଓଟିରେ ଦିଶୁଥିବା ବ୍ୟକ୍ତିଜଣକ ସେହି ଶିକ୍ଷକ ବୋଲି ନିଶ୍ଚିତ ହେବା ପରେ ଆମେ ତାଙ୍କୁ ନିଲମ୍ବିତ କରିଛୁ।

ପ୍ରାଥମିକ ଶ୍ରେଣୀର ପିଲାଏ ପୂର୍ଣ୍ଣ ଥିବା ଶ୍ରେଣୀଗୃହରେ ଶିକ୍ଷକଜଣକ ବସି ବିଡ଼ି ଲଗାଇବା ପରେ ତାହାକୁ ଟାଣୁଛନ୍ତି।

ସମ୍ବନ୍ଧିତ ଖବର