ନୂଆଦିଲ୍ଲୀ: ଜଣେ ଶିକ୍ଷକ ଛାତ୍ର ପାଇଁ ମାର୍ଗଦର୍ଶକ ହୋଇ ତାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସାହାଯ୍ୟ କରିଥାନ୍ତି | ସମାଜର ଭଲ ମନ୍ଦ ବିଷୟରେ ଜଣାଇବା ସହ ସଭ୍ୟ ସମାଜରେ ସଭ୍ୟ ହୋଇ ବଞ୍ଚିବା ଶିଖାଇଥାନ୍ତି | ଏତେ ସବୁ କରିବା ପରେ ଅନେକଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ ସୁଯୋଗ ମିଳିନଥାଏ | କିନ୍ତୁ ତେଲେଙ୍ଗାନାର ଛାତ୍ର-ଛାତ୍ରୀମାନଙ୍କୁ ନିଜ ଗୁରୁଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ ସୁଯୋଗ ମିଳିଛି | କରୋନା ମହାମାରୀ ସମୟରେ ନିଜ ରୋଜଗାରର ଏକମାତ୍ର ଉତ୍ସ ହରାଇବା ପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ହନୁମାନଥୁଲା ରଘୁ | ଏ ବିଷୟରେ ତାଙ୍କର ଛାତ୍ର-ଛାତ୍ରୀମାନଙ୍କୁ ଜଣା ପଡ଼ିବା ପରେ ସେମାନେ ଟଙ୍କା ଆଦାୟ କରି ନିଜ ଗୁରୁଙ୍କୁ ଏକ ଟିଫିନ ସେଣ୍ଟର ଉପହାରରେ ଦେଇଛନ୍ତି | ଛାତ୍ର-ଛାତ୍ରୀମାନଙ୍କ ଏଭଳି ପ୍ରୟାସରେ ଖୁସି ହୋଇ ଏବେ ଟିଫିନ ସେଣ୍ଟରର ନାଁ ଗୁରୁଦକ୍ଷିଣା ଦେଇଛନ୍ତି ହନୁମାନଥୁଲା ରଘୁ |

Advertisment

publive-image newindianexpress

ଖାଲି ସେତିକି ନୁହେଁ, ଟିଫିନ ସେଣ୍ଟର ପାଇଁ ଟଙ୍କା ଦେବା ସହ ଗ୍ରାହକ ଯୋଗାଡ କରିବାରେ ମଧ୍ୟ ନିଜ ଗୁରୁଙ୍କୁ ଛାତ୍ର-ଛାତ୍ରୀମାନେ ସାହାଯ୍ୟ କରିବେ ବୋଲି କହିଛନ୍ତି |