ବଦଳି ହେବାରୁ ମାଡିବସିଲା ଶିକ୍ଷକମାନଙ୍କୁ ରୋଗ, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ରାୟପୁର: ଛତିଶଗଡ଼ ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବାବେଳେ ଏଠାରେ ସାକ୍ଷରତା ଓ ଶିକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି | କିନ୍ତୁ ରାଜ୍ୟରେ ଏବେ ଏଭଳି ଏକ ସ୍ଥିତି ଦେଖିବାକୁ ମିଳିଛି ଯାହାକୁ ନେଇ ଶିକ୍ଷାବିତ ଚିନ୍ତା ପ୍ରକଟ କରିଛନ୍ତି | ପ୍ରକୃତରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ବହୁ ସଂଖ୍ୟାରେ ଶିକ୍ଷକମାନଙ୍କ ବଦଳି କରିଥିଲା | କିନ୍ତୁ ଗୋଟିଏ ସ୍କୁଲରେ ଦୀର୍ଘଦିନ ଧରି ଆସ୍ଥାନ ଜମାଇଥିବା ଶିକ୍ଷକମାନେ ଏହି ବଦଳି ନିର୍ଦ୍ଦେଶକୁ ଭିନ୍ନ ଢଙ୍ଗରେ ମାନିଛନ୍ତି |

ଅର୍ଥାତ ଶିକ୍ଷକମାନେ ଏବେ ଦେହ ଖରାପର ବାହାନା କରି ଛୁଟିରେ ଚାଲିଯାଇଛନ୍ତି | ଦେହ ଅସୁସ୍ଥ ଏମିତି ହୋଇଛି ଯେ ଯାହାକୁ ସେମାନେ ହୋମ ସିକନେସ ବୋଲି କହିଛନ୍ତି | ଅର୍ଥାତ ଘରୁ ବାହାରିଲେ ଚିଡଚିଡା ହେବାକୁ ହୋମ ସିକନେସ କୁହାଯାଇଥାଏ | ଯାହାକୁ ନେଇ ଛାତ୍ରଛାତ୍ରୀ ଏବେ ଚିନ୍ତାରେ ପଡିଯାଇଛନ୍ତି |

ସ୍ଥିତି ଏମିତି ହୋଇଛି ଯେ କିଛି ସ୍କୁଲରେ ଜଣେ ବି ଦୁଇ ଜଣ ଶିକ୍ଷକ ଥିବାରୁ କିଛି ସ୍କୁଲ ବନ୍ଦ ମଧ୍ୟ ହୋଇଯାଇଛି | ତେବେ ବଦଳିକୁ ବିରୋଧ କରି ଶିକ୍ଷକ ସଂଘର ସଂଯୋଜକ ବୀରେନ୍ଦ୍ର ଦୁବେ ଅଜବ ବୟାନ ଦେଇ କହିଛନ୍ତି ଯେ ସରକାର ସ୍ୱାମୀ ସ୍ତ୍ରୀଙ୍କୁ ଭିନ୍ନ କରିଦେଉଛନ୍ତି ଆଉ ବଦଳି କରିଦେଉଛନ୍ତି |

ସମ୍ବନ୍ଧିତ ଖବର