କୋଲକାତା : ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସଂପର୍କରେ ଇଡି ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପରେଶ ଅଧିକାରୀଙ୍କୁ ପଚରାଉଚରା କରିଛି। ଆଜି ମଧ୍ୟାହ୍ନ ୧୨ଟା ପୂର୍ବରୁ ଅଧିକାରୀ ସିଜିଓ ପରିସରରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅତୀତରେ ମଧ୍ୟ ସିବିଆଇ ତାଙ୍କୁ ଏ ନେଇ ତିନିଥର ପଚରା ଉଚରା କରିସାରିଛି। ପରେଶ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ଅଭିଯୋଗ ହେଉଛି ଯେ ବେଆଇନ ଭାବେ ତାଙ୍କ ଝିଅ ଅଙ୍କିତାଙ୍କୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ଦେଇଥି‌ଲେ। ସେ ତାଙ୍କ କ୍ଷମତାର ଅପବ୍ୟବହାର କରିଥିବାରୁ ଇଡି ଏହି ମାମଲାରେ ତାଙ୍କ ବିବୃତ୍ତି ରେକର୍ଡ କରୁଛି।

Advertisment

ସୂଚନାଯୋଗ୍ୟ, କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଙ୍କିତା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଙ୍କିତାଙ୍କୁ ଦରମା ଫେରସ୍ତ କରିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ ଅଙ୍କିତାଙ୍କ ସ୍ଥାନରେ 'ଯୋଗ୍ୟ ପ୍ରାର୍ଥୀ' ବବିତା ସରକାରଙ୍କୁ ଅବସ୍ଥାପିତ କରାଯାଇଥିଲା। ବବିତା ମଧ୍ୟ ଅଙ୍କିତାଙ୍କ ଦରମା ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଦୁର୍ନୀତି ମାମଲାର ତଦନ୍ତ କରୁଛି ସିବିଆଇ।