ମନମୁତାବକ ବିଦ୍ୟାଳୟକୁ ଏଣିକି ଶିକ୍ଷକମାନେ ନିଜେ ହୋଇପାରିବେ ବଦଳି 

ରାଞ୍ଚି:  ଏଣିକି କୌଣସି ସରକାରୀ ଅଧିକାରୀ ତାଙ୍କ ମନ ମୁତାବକ କାହାର ବଦଳି କରିପାରିବେ ନାହିଁ | ଝାଡ଼ଖଣ୍ଡରେ ବଦଳି ନିୟମରେ ସ୍ୱଚ୍ଛତା ଆଣିବାକୁ ଏଣିକି ପୋର୍ଟାଲ ମାଧ୍ୟମରେ ଟ୍ରାନ୍ସଫର କରାଯିବ | ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି। ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷକମାନଙ୍କୁ ବଦଳି ପାଇଁ ବିଭାଗ ପ୍ରଥମ ଥର ପାଇଁ ଏକ ପୋର୍ଟାଲ ପ୍ରସ୍ତୁତ କରିଛି। ଏହା ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି | ଏହି ପୋର୍ଟାଲ ମାଧ୍ୟମରେ ଶିକ୍ଷକମାନଙ୍କଠାରୁ ବଦଳି ପାଇଁ ଆବେଦନ ଗ୍ରହଣ କରାଯିବ | ସମଗ୍ର ବଦଳି ପ୍ରକ୍ରିୟା ମଧ୍ୟ ଅନଲାଇନ୍ ହେବ |

ଅର୍ଥାତ ଏହି ପୋର୍ଟାଲରେ ଜଣେ ଶିକ୍ଷକ ଚାଁହୁଥିଲେ ମନମୁତାବକ ବିଦ୍ୟାଳୟକୁ ବଦଳି ହେବାକୁ ଆବେଦନ କରିପାରିବ | ଏହି ପୋର୍ଟାଲର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଯେ ବିଦ୍ୟାଳୟରେ ଶିକ୍ଷକମାନଙ୍କ ଉପଲବ୍ଧ ପଦବୀ ଅନୁଯାୟୀ ସମସ୍ତ ଶିକ୍ଷକଙ୍କ ପୋଷ୍ଟିଂ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିବ ଓ ଶିକ୍ଷକମାନେ କେବେ ଏବଂ କେଉଁ ବିଦ୍ୟାଳୟରେ ଦାୟିତ୍ୱ ନିର୍ବାହ କରିଛନ୍ତି, ଏହି ସୂଚନା ମଧ୍ୟ ଉପଲବ୍ଧ ହେବ। ପୋର୍ଟାଲ ମାଧ୍ୟମରେ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଓ ବଦଳି ସମୟରେ ଉପରିସ୍ଥ ଅଧିକାରୀ କରୁଥିବା ଦୁର୍ନୀତିକୁ ମଧ୍ୟ ରୋକାଯାଇପାରିବ |

ବେଳେବେଳେ କିଛି ଶିକ୍ଷକ ମନଇଚ୍ଛା ବଦଳିକୁ ନେଇ ସରକାରଙ୍କ ବିରୋଧରେ କୋର୍ଟକୁ ଯାଉଥିବାବେଳେ ଏହା ବିଭାଗ ଉପରେ ଅନାବଶ୍ୟକ ବୋଝ ପକାଇଥାଏ। ତେବେ ଏଭଳି ବଦଳି ପ୍ରକ୍ରିୟା ସେହି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀମାନଙ୍କ ପାଇଁ ଲାଭଦାୟକ ହେବ, ଯେଉଁମାନେ ସ୍ୱାମୀ- ସ୍ତ୍ରୀ ହୋଇଥିବେ ଓ ଗୋଟିଏ ସ୍ଥାନରେ ରହିବାକୁ ଚାଁହୁଥିବେ |

ସମ୍ବନ୍ଧିତ ଖବର