ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖାଇବାକୁ କହି ସ୍କୁଲ୍‌ ଗୃହ ଭିତରେ ବନ୍ଦ କରି ନାବାଳିକାଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଗଣଦୁଷ୍କର୍ମ କଲେ ଶିକ୍ଷକ

ମୁମ୍ବାଇ: ଆଇନ୍‌କୁ ଖାତିର ନକରି ଦେଶରେ ବଢ଼ିବାରେ ଲାଗିଛି ଯୌନ ନର୍ଯାତନା। ଗତ କିଛି ଦିନ ମଧ୍ୟରେ ଦେଶର ବିିଭିନ୍ନ ସ୍ଥାନରେ ୩ଟି ଅଭାବନୀୟ ଘଟଣା ଘଟିଥିବାର ଦେଖିବାକୁ ମିଳିଛି।

ପ୍ରଥମ ଘଟଣାଟି ଘଟିଛି ମହାରାଷ୍ଟ୍ରର ନାନ୍ଦେଡଠାରେ। ନାନ୍ଦେଡର ଏକ ସ୍କୁଲ୍‌ର ଦୁଇ ଜଣ ଶିକ୍ଷକ ସେହି ସ୍କୁଲ୍‌ରେ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକାକୁ ପର୍ଣ୍ଣ ଦେଖାଇବାକୁ ବାଧ୍ୟ କରିଥିଲେ। ଖାଲି ସେତିକି ନୁହେଁ, ଶିକ୍ଷକ ଦ୍ବୟ ଛାତ୍ରୀ ଜଣକୁ ପର୍ଣ୍ଣ ଦେଖାଇବା ପରେ ସ୍କୁଲ୍‌ର ଏକ ରୁମ୍‌ ଭିତରେ କବାଟ କିଳି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ୭ ମାସ ତଳର। ଏଇ ମାତ୍ର କିଛି ଦିନ ହେବ ପଦାକୁ ଆସିଛି। ପ୍ରଥମେ ନାବାଳିକାର ବାପାମାଆ ପୁଲିସ୍‌ରେ ଅଭିଯୋଗ କରିଥିଲେ ବି ପୁଲିସ୍‌ ମମଲା ରୁଜୁ କରିବାକୁ ଅମଙ୍ଗ ହୋଇଥିଲା। ଗତ ୧୮ ତାରିଖରେ ପୁଲିସ୍‌ ୫ ଜଣଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି। ତେବେ, ଅଭିଯୁକ୍ତ ଦ୍ବୟ କେଉଁ ଆଡ଼େ ଚାଲି ଯାଇଥିବା ସୂଚନା ରହିଛି।

ନାବାଳିକା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖାଇବା ନାମରେ ଦୁଇ ଜଣ ଶିକ୍ଷକ ତାଙ୍କୁ ଏକ ଗୃହ ଭିତରକୁ ନେଇ ସେଠାରେ ପର୍ଣ୍ଣ ଦେଖାଇବା ସହ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଆରମ୍ଭରୁ ସ୍କୁଲ୍‌ ପ୍ରିନ୍ସିପାଲ୍‌କୁ ସବୁ କଥା କହିଥିଲେ ବି ସ୍କୁଲ୍‌ ପ୍ରିନ୍ସିପାଲ୍‌ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୁଲିସ୍‌ ପ୍ରିନ୍ସିପାଲଙ୍କ ବିରୋଧରେ ବି ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି।

ସେହିପରି ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଝରକା ପଟେ ଘରକୁ ପଶି ଏକ ୯ ବର୍ଷୀୟା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ମୁମ୍ବାଇର ଜଣେ ବସ୍‌ କଣ୍ଡକ୍ଟର ସ୍କୁଲ୍‌ରୁ ଆଣି ଘରେ ଛାଡ଼ିବା ବାଟରେ ଜଣେ ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

 

ସମ୍ବନ୍ଧିତ ଖବର