କଲମ୍ବୋ: ଭାରତୀୟ ମହିଳା ଦଳ ଏସିଆ କପ୍ ୨୦୨୪ରେ ଭାଗ ନେବାକୁ ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସମ୍ପର୍କିତ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏଥର ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯାଉଛି। ଟିମ୍ ଇଣ୍ଡିଆ ଜୁଲାଇ ୧୯ରେ ଏସିଆ କପ୍ ୨୦୨୪ରେ ଏହାର ଅଭିଯାନ ଆରମ୍ଭ କରିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ୧୯ ଜୁଲାଇରେ ପାକିସ୍ତାନ ସହିତ ହେବ। ପୁଣିଥରେ ଟିମ୍ ଇଣ୍ଡିଆର କମାଣ୍ଡ ହରମାନପ୍ରୀତ କୌରଙ୍କ ହାତରେ ରହିଛି।
Welcome to Sri Lanka, Team India and Team Bangladesh! 🛬
— Sri Lanka Cricket 🇱🇰 (@OfficialSLC) July 16, 2024
The stage is set, the teams are ready, and the action is about to begin in Dambulla on July 19th.#WomensAsiaCup #AsiaCup #SriLankaCricket pic.twitter.com/8DoVrfDn4g
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋରେ ଭାରତ ଏବଂ ବାଂଲାଦେଶର ଖେଳାଳିମାନେ ନଜର ଆସିଛନ୍ତି। ଫଟୋରେ କ୍ୟାପଟେନ ହରମାନପ୍ରୀତ କୌର, ଶ୍ରେୟଙ୍କା ପାଟିଲ ଏବଂ ଜେମିମା ରୋଡ୍ରିଗେଜ ବିମାନ ବନ୍ଦର ଛାଡିଥିବାର ନଜର ଆସିଛନ୍ତି।
ଏସିଆ କପ୍ ୨୦୨୪ରେ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ :
ଭାରତ ବନାମ ପାକିସ୍ଥାନ (୧୯ ଜୁଲାଇ)
ଭାରତ ବନାମ ୟୁଏଇ (୨୧ ଜୁଲାଇ)
ଭାରତ ବନାମ ନେପାଳ (୨୩ ଜୁଲାଇ)ଭାରତୀୟ ମହିଳା କ୍ରିକେଟ୍ ଦଳ ଏସିଆ କପ୍ ୨୦୨୪ପାଇଁ ଗ୍ରୁପ୍ ଏରେ ସ୍ଥାନିତ ହୋଇଛି। ଗ୍ରୁପ୍-ଏରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ନେପାଳ ଏବଂ ୟୁଏଇକୁ ସ୍ଥାନିତ କରାଯାଇଛି।
#TeamIndia's batting sensation, @mandhana_smriti loves to keep things simple on the field! 🙌🏻
— Star Sports (@StarSportsIndia) July 17, 2024
📹 | Watch her discuss her mindset, risk calculation in the game, and more ahead of the #WomensAsiaCup !#INDWvPAKW 👉 FRI, JULY 19, 6:30 PM | #WomensAsiaCupOnStar pic.twitter.com/dPhNrNE97Kଏହା ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ମାଲେସିଆର ଦଳକୁ ଗ୍ରୁପ୍ ବିରେ ସ୍ଥାନିତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୧୫ ଟି ମ୍ୟାଚ୍ ଖେଳାଯିବ। ଏସିଆ କପ୍ ୨୦୨୪ର ଅନ୍ତିମ ମ୍ୟାଚ୍ ୨୮ ଜୁଲାଇରେ ଖେଳାଯିବ।