କେବରା: କେବରାର ସେଣ୍ଟ ଜର୍ଜ ପାର୍କରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍ ଇଣ୍ଡିଆ । ଦଳ ୨୦ ଓଭରରେ ମାତ୍ର ୧୨୪ ରନ କରିପାରିଛି, ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୨୫ ରନର ଲକ୍ଷ୍ୟ ରହଛି । 

Advertisment

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ହିଁ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ପ୍ରଥମ ତିନି ବ୍ୟାଟ୍ସମ୍ୟାନ ସଂଜୁ ସାମସନ, ଅଭିଷେକ ଶର୍ମା ଓ ସୂର୍ଯ୍ୟକୁମାର ଯଥାକ୍ରମେ ୦, ୪ ଓ ୪ ରନ କରି ଆଉଟ ହୋଇଥିଲେ । ତିଳକ ବର୍ମା ୨୦ ରନ କରିଥିବାବେଳେ ଅକ୍ଷର ପଟେଲ ୨୭ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୯ ରନ କରିଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୪ ରନ କରିଥିଲା । 

ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ, ଗେରାଲ୍ଡ କୋଟଜି, ଆଣ୍ଡିଲ ସିମେଲେନ , ଆଇଡେନ ମାର୍କରାମ ଓ କାବାୟୋମଜି ପିଟର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।